
ମୁମ୍ବାଇ– ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଓ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା, ପ୍ରସିଦ୍ଧ ଶିଳ୍ପପତି ବିଲ୍ ଗେଟ୍ସଙ୍କ ମଧ୍ୟରେ ଗୁରୁବାର ମହାରାଷ୍ଟ୍ରର ବିକାଶ ଉପରେ ସକରାତ୍ମକ ଆଲୋଚନା ହୋଇଛି । ଗେଟ୍ସ ଫାଉଣ୍ଡେସନ ମହାରାଷ୍ଟ୍ରକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ କାମ କରିବା ଓ 25 ଲକ୍ଷ ମହିଳାଙ୍କୁ ସ୍ୱରୋଜଗାର ପ୍ରଦାନ କରିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ ମହାରାଷ୍ଟ୍ରକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି ।
ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ଗେଟ୍ସ ଫାଉଣ୍ଡେସନର ପ୍ରତିନିଧିମାନେ ଗୁରୁବାର ସହାଦ୍ରି ରାଜ୍ୟ ଅତିଥି ଗୃହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତରେ ବିଲ୍ ଗେଟ୍ସ ଓ ମୁଖ୍ୟମନ୍ତ୍ରୀ ଫଡନଭିସ ସ୍ୱାସ୍ଥ୍ୟ, କୃଷି ଓ ଭିତିଭୂମି ଢାଂଚାରେ ଏଆଇ ବ୍ୟବହାର ସଂପର୍କରେ ସକରାତ୍ମକ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାରାଷ୍ଟ୍ର ପରିବର୍ତ୍ତନ ସ୍ତର ଦେଇ ଗତି କରୁଛି ଏବଂ ଭିତ୍ତିଭୂମି ଢାଂଚା, କୃଷି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ ପ୍ରକଳ୍ପ ଚାଲୁଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଂଚଳରେ ଡାକ୍ତରଙ୍କ ଅଭାବ କାରଣରୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସୁବିଧା ପ୍ରଭାବିତ ହେଉଛି । ସେ ବିଲ୍ ଗେଟ୍ସଙ୍କୁ ଗ୍ରାମାଂଚଳରେ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ଉପସ୍ଥାପିତ କରିଛନ୍ତି ।