
ବାରଣାସୀ– ଅଶ୍ଶିଘାଟରେ ଅଷ୍ଟ୍ରେଲିଆର ଜଣେ ଯୁବକ ପିଣ୍ଡଦାନ ଓ ଶ୍ରାଦ୍ଧକର୍ମ କରୁଥିବାର ଦେଖିବାକୁ ମିଳିଛି । ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଛନ୍ତି । ଘାଟରେ ସନାତନୀ ଆସ୍ଥାର ବୈଶ୍ୱିକ ରୂପ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ପିଣ୍ଡଦାନ ପରେ ମାଥ୍ୟୁ କହିଛନ୍ତି ଯେ, ତାଙ୍କ ପିତାଙ୍କ ବିୟୋକ ଅଷ୍ଟ୍ରେଲିଆରେ ହୋଇଥିଲା । କିନ୍ତୁ ସେ ଚାହୁଁଥିଲେ ଯେ, ତାଙ୍କ ପିଣ୍ଡପାନ କାଶୀରେ ସନାତନୀ ବିଧିବିଧାନରେ ହେଉ । ସେ ତାଙ୍କ ପିତାଙ୍କ ଶ୍ରାଦ୍ଧ କାର୍ଯ୍ୟ ପୂର୍ବରୁ ସନାତନ ଧର୍ମ ସଂପର୍କରେ ବହୁତ କିଛି ଶିଖିଥିଲେ ଏବଂ ତାଙ୍କୁ ଏଥିରେ ଗଭୀର ପ୍ରେମ ହୋଇଯାଇଥିଲା । ଏବେ ସେ ସନାତନ ଧର୍ମକୁ ଗ୍ରହଣ କରିବେ ବୋଲି ଇଚ୍ଛା ପ୍ରକାଶ କରିବା ସହ ପ୍ରତି ବର୍ଷ କାଶୀରେ ତାଙ୍କ ପିତାଙ୍କ ପିଣ୍ଡଦାନ ସନାତନୀ ବିଧିବିଧାନରେ କରିବେ ବୋଲି କହିଛନ୍ତି ।