
ଭୁବନେଶ୍ୱର– ଓଟିଡିସି ତରଫରୁ ବିଶ୍ୱ ପଖାଳ ଦିବସ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ପାନ୍ଥ ନିବାସରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ପଖାଳ ହେଉଛି ଓଡ଼ିଆଙ୍କ ପ୍ରାଣ କେନ୍ଦ୍ର। ଗରିବ କି ଧନୀ ନୁହେଁ ଓଡିଶା ଓଡ଼ିଆ ମାନେ ହିଁ ପଖାଳ। ସାଂସ୍କୃତିକ, ଧାର୍ମିକ, ପୌରାଣିକ ଓ ବୈଜ୍ଞାନିକ ମତାମତର ସମନ୍ୱୟ ହେଉଛି ପଖାଳ ଖାଦ୍ୟ। ଏହା ଖାଦ୍ୟ ନୁହେଁ ଓଡ଼ିଆ ଲୋକଙ୍କ ଜୀବନ ଧନ ଯାହା ବାଳକୃଷ୍ଣ ଦାଶ କହିଛନ୍ତି ତାହା ସତରେ ହୃଦବୋଧ ହୁଏ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଓଡ଼ିଆଙ୍କ ଖାଦ୍ୟ ଆଜି ଝୁମୁଡ଼ି ହୋଟେଲ ରେ ସୀମିତ ନୁହେଁ ବରଂ ବଡ଼ ବଡ଼ ଷ୍ଟାର ହୋଟେଲରେ ମଧ୍ୟ ମେନୁରେ ସ୍ଥାନ ପାଇଛି। ଯାହାର ଦର ମଧ୍ୟ ସେତେ ଅଧିକ। ବାର୍ଧକୀୟ ରୋଗର ନିରାକରଣ କରେ ପଖାଳ। ପଖାଳ ସହ ଯେତିକି ଥାଏ ସେ କଂସା ତାହା ଠୁ ଅଧିକ କଂସା ମଧ୍ୟ। ଆମ ଆତ୍ମୀୟତା ପଖାଳ ସହ ଥାଏ। ସ୍କୁଲ ସମୟରେ ପଖାଳ ଖାଇ ଯିବା ଅଭ୍ୟାସ। ପଖାଳ ଓଡ଼ିଆଙ୍କ ଜନ୍ମସିଦ୍ଧ ଅଧିକାର। ପଖାଳ ଆଜି ବଡ଼ ବଡ଼ ହୋଟେଲରେ ୧୭୦୦ ଟଙ୍କା ରେ ମେନୁ ହେଉଛି, କିନ୍ତୁ ଗାଁ ରେ ମା କରିଥିବା ପଖାଳ ର ଶାନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଲୋକେ ଗାଁ ଚାଉଳକୁ ଫେରନ୍ତୁ, ସେ ତୋରାଣିକୁ ବୁଝନ୍ତୁ। ମହାପ୍ରଭୁ ତ ଏମିତି ହିଁ ଖାଆନ୍ତି। ଆମ ଓଡ଼ିଆ ଲୋକ ଖାଦ୍ୟ ନଷ୍ଟ କରନ୍ତି ନାହିଁ। ବଞ୍ଚି ଯାଇଥିବା ଖାଦ୍ୟର ନୂଆ ରୂପ ଆମେ ଦେଇପାରୁ। ବିଶ୍ୱରେ ଥିବା ଓଡ଼ିଆ ମାନେ ପଖାଳକୁ ପ୍ରାଧାନ୍ୟ ଦିଅନ୍ତୁ, ଓଡ଼ିଆ ଜାତିର ଏ ହେଉଛି ଅଙ୍ଗ, ଅସ୍ମିତା, ଜୀବନ ଶୈଳୀ। ପଖାଳକୁ ପ୍ରଚାର କରିବା ପାଇଁ ୟୁ ଟୁଇଉବର ମାନଙ୍କୁ ବାର୍ତା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ। ପିଜା ନୁହେଁ ପିଲାମାନେ ପଖାଳ ଖାଆନ୍ତୁ ବୋଲି ବାର୍ତା ଦେଇଛନ୍ତି ପ୍ରଭାତୀ ପରିଡା।