
ନୂଆଦିଲ୍ଲୀ– ରାଜ୍ୟସଭାର କାର୍ଯ୍ୟ ଆଜି ପରିସୀମନ ପ୍ରସଙ୍ଗକୁ ନେଇ ଅନେକ ଥର ବାଧାପ୍ରାପ୍ତ ହୋଇଛି । ଡିଏମକେ ସଦସ୍ୟମାନେ ସ୍ଲୋଗାନ ଲେଖା ଟି-ସର୍ଟ ପିନ୍ଧି ଗୃହକୁ ଆସିବାକୁ ନେଇ ସୃଷ୍ଟି ଗତିରୋଧ କାରଣରୁ କାର୍ଯ୍ୟ ତିନିଥର ସ୍ଥଗିତ କରିବାକୁ ପଡିଥିଲା । ଏହାପରେ 2ଟା ବେଳେ ଆରମ୍ଭ ପରେ ଶେଷରେ ଦିନକ ପାଇଁ ସ୍ଥଗିତ ରଖାଯାଇଛି ।
ରାଜ୍ୟସଭା କାର୍ଯ୍ୟ 11ଟା ବେଳେ ଆରମ୍ଭ ହୋଇଥିଲା । ସୂଚୀବଦ୍ଧ କାଗଜପତ୍ର ରଖାଯିବା ପରେ ସଭାପତି ଜଗଦୀନ ଧନଖଡ ଗୃହକୁ 12ଟା ଯାଏ ମୁଲତବୀ ରଖିଥିଲେ । ସଭାପତି କହିଥିଲେ ସେ ଆଜି କୃହରେ ଯାହା ଦେଖିଲେ, ତା ସଂପର୍କରେ ସେ ରାଜନୈତିକ ଦଳର ନେତାଙ୍କୁ ଭେଟିବାକୁ ଚାହୁଁଛନ୍ତି । ଏହାସହିତ ସେ ଗୃହର ନେତା, ବିରୋଧୀ ଦଳ ନେତା ଓ ବିଭିନ୍ନ ଦଳର ଫ୍ଲୋର ଲିଡର୍ସଙ୍କୁ ତାଙ୍କ ଚାମ୍ବରରେ ବୈଠକ ପାଇଁ ଡାକିଥିଲେ କିନ୍ତୁ ଗତିରୋଧ ଜାରି ରହିଥିଲା ।