
ବେଙ୍ଗଲୁରୁ– କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଗୁରୁବାର ବିଧାନସଭା ପରିସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ କଥାବାର୍ତା ବେଳେ କହିଛନ୍ତି ଯେ, ସରକାର ଗ୍ରୀଷ୍ମ କାଳରେ ଜଳ ସଂରକ୍ଷଣ ଅଭିଯାନ ସହିତ ସାଂକି ହ୍ରଦରେ କାବେରୀ ଆରତୀ କରିବା ନେଇ ନିଷ୍ପତି ନେଇଛି । ସେ କହିଛନ୍ତି ଯେ, ଏହା ଏକ ସରକାରୀ କାର୍ଯ୍ୟକ୍ରମ ଅଟେ, କୌଣସି ରାଜନୈତିକ ନୁହେଁ । କୋର୍ଟରେ ଆପତି ଦାୟର୍ କରାଯାଇଛି । ଏବଂ ସରକାର କୋର୍ଟରେ ଏନେଇ ନିଜର ପକ୍ଷ ରଖିବେ ।
ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର କହିଛନ୍ତି ଯେ, ମାର୍ଚ୍ଚ ୨୨ ତାରିଖ ବିଶ୍ୱ ଜଳ ଦିବସ । ପାଣିର ଉଚିତ୍ ଉପଯୋଗ ଏବଂ ସଂରକ୍ଷଣ ବାବଦରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ମାସର ଅଭିଯାନ ଆରମ୍ଭ ହୋଇଛି । କାବେରୀ ପର୍ଯ୍ୟାୟ ୫ ପାନୀୟ ଜଳ ପ୍ରକଳ୍ପକୁ କ୍ରିୟାନ୍ୱିତ କରାଯାଇଛି । ଏବଂ ବେଙ୍ଗଲୁରୁକୁ ପାନୀୟ ଜଳ ଉପଲବ୍ଧ କରାଇବା ନିମନ୍ତେ ପର୍ଯ୍ୟାୟ ୬ ପ୍ରକଳ୍ପ ନିମନ୍ତେ ଡିପିଆର ପ୍ରସ୍ତୁତ କରାଯାଇଛି ।