
ରାଉରକେଲା, ବର୍ଷବର୍ଷ ଧରି କଲୁଙ୍ଗା ଶିଳ୍ପାଚଂଳ ଦେଇ ଯାଇଥିବା ପ୍ରାୟ ୧୫ କିମି ରାସ୍ତା ଓ କଲୁଙ୍ଗା ଶିଳ୍ପାଚଂଳରୁ ଗୋଇଭଂଗା ଦେଇ ଯାଇଥିବା ରାସ୍ତାର ମରାମତି ସଠିକ ବାବେ କରାଯାଉନଥିବା ବେଳେ ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ବଡ ଛୋଟ ଗାଡି ଯାତାୟତ କରି ସଂପୃକ୍ତ ଅଁଚଳକୁ ଧୁଳିମୟ କରୁଥିବାରୁ ସେ ଅଁଚଳରେ ବସବାସ କରୁଥିବା ଲୋକେ ଓ ସେ ରାସ୍ତା ଦେଇ ଯାତାୟତ କରୁଥିବା ହଜାର ହଜାର ସାଧାରଣ ଜନତା ଧୁଳି ଧୁଳାରେ ପେଶି ହୋଇଚାଲିଛନ୍ତି । ଏହି ରାସ୍ତା ଦ୍ୱୟ ମଧ୍ୟରୁ ଗୋଟିକ ମହାନଗର ନିଗମ ଓ ଅନ୍ୟଟି ପୁର୍ତ ବିଭଗର । ଏହି ରାସ୍ତାକୁ ନେଇ ଏଭଳି ସମସ୍ୟା ଦିର୍ଘ ବର୍ଷ ତଳୁ ହୋଇଚାଲିଥିବା ବେଳେ ସେ ଅଁଚଳରେ ଇଡକୋ ପକ୍ଷରୁ ଗୋଟାଏ ହେଲେ ଗଛ ଲଗାଯାଇନଥିବାରୁ ସମସ୍ୟା ଦ୍ୱିଗୁଣିତ ହେବାରେ ଲାଗିଛି । ଏହି ରାସ୍ତା ଅନ୍ୟ ବିଭାଗର ହେଲେ ଦାୟିତ୍ୱ ଇଡକୋର ବୋଲି କୁହାଯଏ । ଏଠାରେଭିଷଣ ଧୁଳି ଧୁଳା ଉଡିବାରୁ ଲୋକେ ସଂପୃକ୍ତ ଅଫିସ ଗୁଡିକୁନଯାଇ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଫିସରେ ହୋ ହଲ୍ଲା କରୁଥିବାର ଦେଖଯାଉଛି । ଏମାନେ କହିବା କଥା ସୁନ୍ଦରଗଡ ଜିଲ୍ଲା ସମେତ ଅନ୍ୟନ୍ୟ ଯାଗାରେଥିବା କଳକାରଖାନା ଓ ଖଣି ଗୁଡିକର ପରିବେଶ ସଂକ୍ରାନ୍ତିୟ କାମ ଦେଖିଲା ବେଳକୁ ସମୟ ହେବା କାଠିକର ପାଠ ତାଭିତରେଏଭଳି ସମସ୍ୟା କଥା ଯଦି ସଠିକ ବିଭଗକୁ ନଯାଏ ତେବେ ଆମେ କରିବୁ କଣ, ତଥାପି ଆମେ ଏନେଇ ଚିଠି ଲେଖି ଜଣାଇଦେଉଛୁ ବୋଲି ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, କଲୁଙ୍ଗା ବେଦବ୍ୟାସ ସମିଲ ଠାରୁ ୧୫କିମିଯାଏ ଯାଇଥିବା ରାସ୍ତା ଓ ଆର୍ନଲ୍ଡ ସ୍କୁଲ ପାଖ ଅଁଚଳ ରାସ୍ତା ଗୁଡିକର ଦିର୍ଘ ଦିନ ଧରି ବିଭିନ୍ନ ସମୟରେ ସଠିକ ମରାମତି ହେଉନାହିଁ, ସେହି ଭଳି କଲୁଙ୍ଗା ଦେଇ ଗୋଇଭଂଗା ସହ ସାମିଲ ହୋଇଥିବା ରାସ୍ତାର ମରାମତି ମଧ୍ୟ ହେଉନାହିଁ, ଏହି ରାସ୍ତା ଗୁଡିକ ଦେଇ ପ୍ରତିଦିନ ହେଭି ମାଲ ବୋଝେଇ ବଡ ବଡ ଟ୍ରକ ସହ ନାନା ପ୍ରକାର ଗାଡି ଯାତାୟତ କରିଥାଏ, ତା ସହ ସେ ଅଁଚଳ ବାସିନ୍ଦା ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି ।ତେବେ ବର୍ତମାନ ହେଉ କିମ୍ବା ଅନ୍ୟ ସମୟରେ ଏହି ରାସ୍ତାର ଖରାପ ସ୍ଥିତି ଲାଗି ସେଠାରେ ପାଣି ମଧ୍ୟ ଛିଂଚା ଯାଉନାହିଁ, ଫଳରେ ସାଦାରଣ ଲୋକେ ଓ ଛୋଟ ଛୋଟ ପିଲା ମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀମ ହୋଇଚାଲିଛନ୍ତି । ଏନେଇ ବାରମ୍ବାର ଜିଲ୍ଲାପ୍ରସାସନ ପାଖରେ ଅଭି୍ୋଗ ହୋଇଚାଲିଛି, କିନ୍ତୁ କେହି ଦେଖିବର ନାହିଁ ।ବର୍ତମାନ ମାର୍ଚ୍ଚ ମାସ ଏହି ରାସ୍ତା ର ଅଫିସ ପୁର୍ତ ବିଭାଗ ଅଫିସରେ ସଂଧ୍୍ୟାରୁ ରାତି ଯାଏ ବିଲକରିବାକୁ ଉଭୟ ଠିକାଦାର ଓ କର୍ମଚାରୀ ତଥା ।ଧିକାରୀ ମାନଙ୍କର ଭିଡ । ଲମ୍ବା ଲମ୍ବା କାର ଏଠାରେ ଭିଡ ହେବା ସହ ବିଦେଶୀ ମଦର ବନ୍ୟା ମଧ୍ୟ ବଢୁଛି, ବାବୁ ମାନଙ୍କୁ ଚେକ ନେବା ବେଳେ ନଗଦ ନାରାୟଣ ସାଙ୍ଗକୁ ବୋତଲ ମଧ୍ୟ ଭେଟୀ ଦିଆଯାଉଥିବା ଗତ ସରକାର ସମୟର ଅଭ୍ୟାସ ଏବେ ବିଚାଲିଛି, ହେଲେ ରାଉରକେଲା ସମେତ ଜିଲ୍ଲାର ଗୁରୁତ୍ୱପୁର୍ଣ ଶିଳ୍ପାଚଂଳର ଗୁଡିକ ପାଖରେ ଥିବା ରାସ୍ତା ର ଏଭଳି ଅବସ୍ତା ଓ ଏଥିଲାଗି ବିଭିନ୍ନ ବିଭାଗର ଖୋଦ ସରକାରୀ ଅଧିକାରୀ, ସ୍କୁଲ ପିଲା, ସ।।ଧାରଣ ଜନତା ନାହିଁ ନଥିବା ସମସ୍ୟାରେ ପଡୁଥିଲେ ବି ଠିକାଦାର ମାନଙ୍କ ବିଲ ଲାଗି ମାର୍ଚ୍ଚ ମାସରେ ରାତିଯାଏ ଅଫିସରେ ଖଟୁଥିବା ବାବୁ ମାନଙ୍କର ନଜର ପଡୁ ନାହିଁ ।