
ନୁଆଦିଲ୍ଲୀ -ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଭାରତର ଝିଅ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ମହାକାଶଚାରୀମାନଙ୍କୁ ପୃଥିବୀକୁ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ସମ୍ପୁର୍ଣ୍ଣ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସେମାନେ ସେମାନଙ୍କର ନିଷ୍ଠା ,ସମର୍ପଣ ଏବଂ କଦାପି ହାର ନ ମାନିବାର ଭାବନାରୁ ସମସ୍ତଙ୍କୁ ପ୍ରେରିତ କରିଛନ୍ତି।
ରାଷ୍ଟ୍ରପତି ଏକ୍ସ ପୋଷ୍ଟରେ କହିଛନ୍ତି ଯେ ନାସାର କ୍ରୁ ମିଶନକୁ ପୃଥିବୀକୁ ସୁରକ୍ଷିତ ଫେରିବା ପଛରେ ପୁରା ଟିମକୁ ଅଭିନନ୍ଦନ।ଭାରତର ଝିଅ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ମହାକାଶଚାରୀମାନେ ସେମାନଙ୍କର ନିଷ୍ଠା ,ସମର୍ପଣ ଏବଂ କଦାପି ହାର ନ ମାନିବାର ଭାବନାରେ ସମସ୍ତଙ୍କୁ ପ୍ରେରିତ କରିଛନ୍ତି। ସେମାନଙ୍କର ଏୌତିହାସିକ ଯାତ୍ରା ହେଉଛି ନିଷ୍ଠା,ଟିମ ୱର୍କ ଏବଂ ଅସାଧାରଣ ସାହସର କାହାଣୀ।ମୁଁ ତାଙ୍କର ଦୃଢ ସଂକଳ୍ପକୁ ସଲାମ କରୁଛି ଏବଂ ତାଙ୍କର ସୁସ୍ଥ ସ୍ୱାସ୍ଥ୍ୟର କାମନା କରୁଛି।