
ଭୁବନେଶ୍ୱର– କେନ୍ଦୁଝରର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ-ଅପରେଟିଭ ସୋସାଇଟି ଲିମିଟେଡ୍ ରେ ବହୁ କୋଟି ଟଙ୍କାର ଆର୍ôଥକ ହେରଫେର ମାମଲାରେ ଗିରଫ ବିଜେଡି ନେତା ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କୁ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତିନିଦିନିଆ ରିମାଣ୍ଡରେ ଆଣିବ। ଇଓଡବ୍ଲ୍ୟୁ ୫ ଦିନିଆ ରିମାଣ୍ଡ ଲାଗି ଆବେଦନ କରିଥିବା ବେଳେ ବାଲେଶ୍ୱର ଓପିଆଇଡି କୋର୍ଟ ରାଜା ଚକ୍ରଙ୍କୁ ଆଜିଠାରୁ ନିତିଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।
ରାଜା ଚକ୍ରଙ୍କ ସହ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋଟିଂ କୋ-ଅପରେଟିଭ ସୋସାଇଟିର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ବର୍ତମାନର ସମ୍ପାଦକ ଉତ୍କଳ ଦାସଙ୍କୁ ଇଓଡବ୍ଲୁ ବାଲେଶ୍ୱର ଓପିଆଇଡି କୋର୍ଟରେ ଆଜି ହାଜର କରିଥିଲେ। ଅନ୍ୟପଟେ ରାଜାଙ୍କ ପକ୍ଷରୁ ଜାମିନ ପାଇଁ ଆବେଦନ କରାଯାଇଛି।