 
                ଭୁବନେଶ୍ୱର– ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା’ ଯୋଜନାରେ ବୁଧବାର ଭୁବନେଶ୍ୱରର ରେଲୱେ ଷ୍ଟେସନ ଠାରୁ ଶ୍ରୀରାମଙ୍କ କ୍ଷେତ୍ର ଅଯୋଧ୍ୟା-ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଛି। ଏହି ତୀର୍ଥ ଯାତ୍ରାରେ ପାଖାପାଖି ୮୦୦ ଜଣ ବରିଷ୍ଠ ନାଗରିକ ସାମିଲ ହୋଇଛନ୍ତି।
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଢେଙ୍କାନାଳରୁ ଅଯୋଧ୍ୟା-ବାରଣାସୀ ଅଭିମୁଖେ ଯାଉଥିବା ସମସ୍ତ ବରିଷ୍ଠ ନାଗରିକମାନଙ୍କର ସଫଳ ଯାତ୍ରା ନିମନ୍ତେ ପ୍ରାର୍ଥନା କରୁଛି ।ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତଙ୍କ ସୁସ୍ଥ ଓ ଆନନ୍ଦମୟ ଯାତ୍ରା କାମନା କରିଛନ୍ତି। ଏହି ଆଧ୍ୟାତ୍ମିକ ଯାତ୍ରା ବରିଷ୍ଠ ନାଗରିକଙ୍କୁ ଦିବ୍ୟ ଅନୁଭବ ପ୍ରଦାନ କରିବ ବୋଲି ସେ କହିଛନ୍ତି।
ଏହି କାର୍ଯ୍ୟକ୍ରମ ଅବସରରେ ଉତରପ୍ରଦେଶ ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜୟବୀର୍ ସିଂ, ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସଂପଦ ସ୍ୱାଇଁ , ମହାକାଳପଡା ବିଧାୟକ ଡ଼ଃ ଦୁର୍ଗା ପ୍ରସନ୍ନ ନାୟକ, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧିକାରୀ ,ଖୋର୍ଦ୍ଧା ଜିଲ୍ଲା ପ୍ରଶାସନଙ୍କ ସମେତ ବହୁ ବିଶିଷ୍ଟ ପ୍ରମୁଖ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।

 
                    







