
ଭୁବନେଶ୍ୱର– ରାଜ୍ୟପାଳ ହରିବାବୁ କୁମ୍ଭମପାଟି ନାସାର କ୍ରୁ୯ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ସ୍ପେସ୍ ଷ୍ଟେସନରେ ଏକ ବିସ୍ତୃତ ମିଶନ ପରେ ପୃଥିବୀକୁ ସୁରକ୍ଷିତ ପ୍ରତ୍ୟାବର୍ତନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେମାନଙ୍କର ଉତ୍ସର୍ଗୀକୃତତା ପରବର୍ତୀ ପିଢ଼ିକୁ ପ୍ରେରଣା ଦେବ ବୋଲି ରାଜ୍ୟପାଳ ଏକ୍ସରେ ଲେଖିଛନ୍ତି।