
ଭୁବନେଶ୍ୱର, ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓଡ଼ିଶାରେ ନ୍ୟାସନାଲ ଫରେନ୍ସିକ ସାଇନ୍ସ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେସିଆଲ ମିଡିଆରେ ଡ. ମୁକେଶ ମହାଲିଙ୍ଗ ଲେଖିଛନ୍ତି, ଓଡ଼ିଶାରେ ନ୍ୟାସନାଲ ଫରେନ୍ସିକ ସାଇନ୍ସ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଥିବାରୁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ୍ ଶାହାଜୀଙ୍କୁ ଓଡ଼ିଶାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଉଛି।ଏହି ନୂତନ କ୍ୟାମ୍ପସ ଓଡ଼ିଶାକୁ ଏକ ଅଗ୍ରଗାମୀ ଶିକ୍ଷା ଓ ବିଜ୍ଞାନ ହବ୍ ଭାବେ ପ୍ରସ୍ତୁତ କରିବ। ଏହା ଓଡିଶାବାସୀଙ୍କ ପାଇଁ ଗୌରବର ବିଷୟ।