
ଭୁବନେଶ୍ୱର, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଭୁବନେଶ୍ଵର ସ୍ଥିତ ଓ.ୟୁ.ଏ.ଟି ଠାରେ ଖୋର୍ଦ୍ଧା ଆଇନ୍ ମହାବିଦ୍ୟାଳୟ ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର “ବରିଷ୍ଠ ନାଗରିକଙ୍କ ବିରୁଦ୍ଧରେ ହିଂସା: କଲ୍ୟାଣ ଏବଂ ରକ୍ଷଣାବେକ୍ଷଣରେ ଆହ୍ୱାନ” ଶୀର୍ଷକର ଉଦଘାଟନୀ ଅଧିବେଶନରେ ଯୋଗଦେଇ ସଭାକୁ ସମ୍ବୋଧିତ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ, ବରିଷ୍ଠ ନାଗରିକମାନଙ୍କୁ ସାମାଜିକ ନିରାପତ୍ତା, ସ୍ୱାସ୍ଥ୍ୟସେବା, ଖାଦ୍ୟ, ବସବାସ , ଚିତ୍ତବିନୋଦନ ଏବଂ ଅନ୍ୟାନ୍ୟ ସୁଖ ସ୍ୱାଚ୍ଛନ୍ଦ୍ୟ ସହଜରେ ପାଇବା ପାଇଁ ଭରସା ପ୍ରଦାନ କରି ସାହାଯ୍ୟ କରିବା ଆବଶ୍ୟକ। ତତ୍ ସହିତ ଆବଶ୍ୟକୀୟ ସହଯୋଗ ପ୍ରକ୍ରିୟା ମାଧ୍ଯମରେ ରାଜ୍ୟର ବରିଷ୍ଠ ନାଗରିକମାନଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ ଓ ସେମାନଙ୍କ ସ୍ଵାଭିମାନ ପ୍ରତି ଦୃଷ୍ଟିଦେବା ଆମ୍ଭ ସମସ୍ତଙ୍କର ଏକ ଦାୟିତ୍ୱବୋଧ ଅଟେ।