
ଭୁବନେଶ୍ୱର– ମେଟ୍ରୋ ରୁଟ୍କୁ ନେଇ ତର୍ଜମା କରୁଛି କମିଟି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ପୂର୍ବ ସରକାର ଯେଉଁ ମେଟ୍ରୋର ପରିକଳ୍ପନା କରିଥିଲେ ତ୍ରିଶୁଳିଆ ପର୍ଯ୍ୟନ୍ତ,ଏହା କେତେଦୂର କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଟେକ୍ନିକାଲ ଲୋକଙ୍କୁ ରଖି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଏହି କମିଟି ସର୍ଭେ ମଧ୍ୟ କରିଛି । ଖୁବଶୀଘ୍ର ଏହାକୁ କାର୍ଯ୍ୟକାରୀ କରାଯିବ । କେଉଁଠୁ କେଉଁ ପର୍ଯ୍ୟନ୍ତ ଗଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ସେ ନେଇ କମିଟି ତର୍ଜମା କରୁଛି ।
ରାଜ୍ୟରେ ମେଟ୍ରୋ ପ୍ରକଳ୍ପର ଆବଶ୍ୟକତା ରହିଛି । ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କରାଯାଇଥିଲା, ଏହା କେତେଦୂର ଯୁକ୍ତିଯୁକ୍ତ । ଲୋକେ ତ୍ରିଶୁଳିଆ ପର୍ଯ୍ୟନ୍ତ ଯାଇ କଣ କରିବେ, କଟକ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ରହିଛି । ସେହିଭଳି ଅନ୍ୟାନ୍ୟ ସ୍ଥାନକୁ ମଧ୍ୟ ଯିବାର ଆବଶ୍ୟକତା ରହିଛି । କମିଟି ଅନୁଧ୍ୟାନ କରୁଛି ଏବଂ ଏହାର ପରିଧିକୁ ବିସ୍ତୃତ କରାଯିବ ଏବଂ ଏହି ପ୍ରକଳ୍ପକୁ ବାତିଲ କରାଯିବ ନାହିଁ । ଲୋକଙ୍କ ସରକାର ଲୋକଙ୍କର ଯାହା ଆବଶ୍ୟକତା ତାହା କରାଯିବ । ନନ୍ଦନକାନନ ରୋଡ଼ରେ ତିନିଥାକିଆ ରୋଡ଼ ହେବ ଏବଂ ତା ସହିତ ମେଟ୍ରୋ ମଧ୍ୟ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି।