
କାଠମାଣ୍ଡୁ- ନେପାଳ ପୋଲିସର କ୍ରାଇମ ବ୍ରାଂଚ କାଠମାଣ୍ଡୁରୁ ଚୀନ ପଠାଯାଉଥିବା 25 କୋଟି ଆମେରିକୀୟ ଡଲାର ଓ ୟୁରୋ ଜବତ କରିଛି । ଏ ସଂପର୍କରେ ପୋଲିସ କଂଟେନର ଚାଳକ ସହିତ 2ଜଣଙ୍କୁ ଗିରଫ କରିଛି ।
ନେପାଳ ପୋଲିସର କ୍ରାଇମବ୍ରାଂଚ କାଠମାଣ୍ଡୁରୁ କରୁଂଗ ଯାଉଥିବା ଏକ କଂଟେନରର ଯାଂଚ ପରେ ଆମେରିକୀୟ ଡଲାର, ୟୁରୋ ଓ ବିପୁଳ ପରିମାଣର ନେପାଳୀ କରେନ୍ସି ଜବତ କରିଛି । କାଠମାଣ୍ଡୁ କ୍ରାଇମବ୍ରାଂଚର ଏସଏସପି ରମେଶ ବସ୍ତ୍ରେତ ଏ ସଂପର୍କରେ କହିଛନ୍ତି ଯେ, ଗୁପ୍ତ ସୂଚନା ପାଇବା ପରେ କଂଟେନରର ଯାଂଚ କରିବା ପରେ ଏତେ ପରିମାଣର ଟଙ୍କା ଜବତ କରାଯାଇଛି ।