
ୱାଶିଂଟନ– ଆମେରିକୀୟ ମହାକାଶ ଏଜେନ୍ସି ନାସା ଭାରତୀୟ ବଂଶୋଦ୍ଭବ ମହାକାଶ ଯାତ୍ରୀ ସୁନୀତା ୱିଲିୟମ ଓ ବୁଚ ଭିଲ୍ମୋର ମଙ୍ଗଳବାର ଭୋରରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସ୍ପେସଏକ୍ସ ଯାନ ମହାକାଶ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଛି । ସୁନୀତା ୱିଲିୟମ 9 ମାସରୁ ଅଧିକ ସମୟ ଯାଏ ମହାକାଶରେ ଫସି ରହିଥିଲେ ।ସୁନୀତା ୱିଲିୟମଙ୍କ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଷ୍ଟେସନ ଛାଡିବାର ଭିଡିଓ ନାସା ସେୟାର କରିଛି । ମହାକାଶ ଯାତ୍ରୀଙ୍କ ଏହି ଯାତ୍ରା 17 ଘଂଟାରେ ହେବ ।