
ପାଟଣା– ରେଲୱେରେ ନିଯୁକ୍ତି ବଦଳରେ ଜମି ମାମଲାରେ ଇଡି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କୁ ପଚରାଉଚରା ପାଇଁ ସମନ ଜାରି କରିଥିଲା । ମଙ୍ଗଳବାର ସକାଳ 10ଟା ବେଳେ ତାଙ୍କୁ ପାଟନା ସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ଥିଲା ।ରାବଡି ଦେବୀ ଓ ତେଜ ପ୍ରତାପ ଯାଦବ ଇଡି କାର୍ଯ୍ୟାଳୟରେ ପହଂଚିଛନ୍ତି । ଇଡି ଉଭୟଙ୍କୁ ପଚରାଉଚରା କରାଯାଉଛି । ଇଡି ଏହି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କୁ ବି ସମନ ପଠାଇଛି । ଇଡି ପ୍ରଥମ ଥର ତେଜ ପ୍ରତାପ ଯାଦବଙ୍କୁ ଏହି ମାମଲାରେ ପଚଣାଉଚରା କରୁଛି ।