
ଭୁବନେଶ୍ୱର, ଆଜି ଗୃହରେ ପ୍ରଶ୍ନକାଳ ସମୟର କଂଗ୍ରେସ ବିଧାୟକ ମାନେ ରାଜ୍ୟରେ ମହିଳା ନିର୍ଯାତନା ନେଇ ନିଜର ବିରୋଧ ଜାରି ରଖିଛନ୍ତି। ହେଲେ ଆଜି କଂଗ୍ରେସ ବିଧାୟକ ମାନେ ଗୃହରେ ହଟ୍ଟଗୋଳ କରି ନ ଥିଲେ ହେଲେ ବରଂ ସେମାନେ ମୁହଁରେ କଳା ପଟି ପିନ୍ଧି ହାତରେ ପ୍ଲାକାର୍ଡ ଧରି ନିଜ ନିଜ ଆସନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।