
ଗଂଜାମ, ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଅଜୀର୍ଣ୍ଣ ରୋଗ ସଚେତନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଆମବାତ, ଗଣ୍ଠିବାତ, ହୃଦ୍ରୋଗ, କୃମି, ଚର୍ମରୋଗ, ଅମ୍ଳପିତ୍ତ, କୋଷ୍ଠବଦ୍ଧ ସବୁ ରୋଗର କାରଣ ଅଜୀର୍ଣ୍ଣ, ଉତ୍ତମ ଜୀର୍ଣ୍ଣ ହେଲେ ରୋଗ ହୁଏନାହିଁ।ପ୍ରତି ରୋଗ ଚିକିତ୍ସାରେ ପାଚକ ଔଷଧ ଦିଆଯାଏ।କଫ ବର୍ଦ୍ଧକ ଦହି, ଖଟା,ବିରି , ତେଲ ଯୁକ୍ତ ଓ ଥଣ୍ଡା ଖାଦ୍ୟ ଅଧିକ ଖାଇଲେ ଅଜୀର୍ଣ୍ଣ ହୁଏ। ଅରୁଚି, ଲାଳସ୍ରାବ, ଆଳସ୍ୟ, ପେଟ ଭାରି, କୋଷ୍ଠବଦ୍ଧ ଓ ବିରକ୍ତି ଆଦି ଲକ୍ଷଣ ପ୍ରକାଶ ପାଏ।କାରଣକୁ ଛାଡି ହରଡା, ଗୁଡ଼, ସୈନ୍ଧବ ଶୁଣ୍ଠି ସମ ପରିମାଣ ମିଶାଇ ଖାଇଲେ ବା ତୋରାଣିରେ କଳାଲୁଣ, ହିଙ୍ଗୁ ମିଶାଈ ପିଇଲେ ବା ଖାଇବା ପୂର୍ବରୁ ଅଦା ସହ ସୈନ୍ଧବ ମିଶାଇ ଖାଇଲେ ଭଲ ହୁଏ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ। ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି l