
ଭବାନୀପାଟଣା– ଆଜି କଳାହାଣ୍ଡି ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିଭିନ୍ନ ଦାବିକୁ ପୂରଣ କରିବାକୁ ନାରାବାଜି କରିଥିଲେ। ଦୀର୍ଘ ଦିନରୁ ଓଡିଶା ସରକାର, ଭାରତ ସରକାରଙ୍କୁ ଦାବି ଜଣାଇ ଥିଲେ ମଧ୍ୟ କୌଣସି ଆଶାଜନକ କାର୍ଯ୍ୟ ହୋଇ ନ ଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଦାବି ପତ୍ର ପ୍ରଦାନ କରିଥିଲେ। ତାଙ୍କର ପ୍ରମୁଖ ଦାବି ମଧ୍ୟରୁ ଇପିଏସ ୯୫ ଅନୁଯାୟୀ ସର୍ବନିମ୍ନ ୫000 ଟଙ୍କା ପେନସନ, ଇପିଏଫ ଦରମା ସୀମା ୧୫00-୩000 ଟଙ୍କା ଏବଂ ଇଏସଆଇସି ଦରମା ସୀମା ୨୧000ରୁ ୪୨000 ଟଙ୍କା ବୃଦ୍ଧି କରାଯାଉ, ସରକାରୀ କର୍ମଚାରୀ ଭଳି ସମାନ ଦରମା, ସାମାଜିକ ସୁରକ୍ଷା ଦେବା ଇତ୍ୟାଦି ଦାବି କରିଥିଲେ ଏବଂ ଦାବିପତ୍ର ପ୍ରଦାନ କରିଥିଲେ। ଅଙ୍ଗନବାଡି କର୍ମୀଙ୍କ ସମସ୍ତ ଦାବି ପୂରଣ କରିବାକୁ ସରକାରଙ୍କୁ ଦାବି ଜଣାଇ ଥିଲେ।