
ନୁଆଦିଲ୍ଲୀ -ପ୍ରତିରକ୍ଷା ଗୁପ୍ତଚର ଏଜେନ୍ସି (ଡିଆଇଏ)ର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଡୀଏସ ରାଣା 19-21 ମାର୍ଚ୍ଚ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ସରକାରୀ ଗସ୍ତରେ ଆସିବେ।ଏହି ଗସ୍ତର ଉଦ୍ଦେଶ୍ୟ ଦ୍ୱିପାକ୍ଷୀୟ ପ୍ରତିରକ୍ଷା ଗୁପ୍ତଚର ସହଯୋଗକୁ ଆହୁରି ମଜବୁତ କରିବା ସହିତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରଣନୀତିକ ସମ୍ପର୍କ ବଢାଇବା। ଏହି ଗ୍ରସ୍ତ ସମୟରେ ପ୍ରତିରକ୍ଷା ଗୁପ୍ତଚର ଏଜେନ୍ସିର ମହାନିର୍ଦ୍ଦେଶକ ,ଅଷ୍ଟ୍ରେଲିଆର ବରିଷ୍ଠ ପ୍ରତିରକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିବେ,ଯେଉଁଥିରେ ପ୍ରତିରକ୍ଷା ବିଭାଗର ଡେପୁଟି ସେକ୍ରେଟାରୀ ,ରାଷ୍ଟ୍ରୀୟ ଗୁପ୍ତଚର ମହାନିର୍ଦ୍ଦେଶକ ,ପ୍ରତିରକ୍ଷା ଗୁପ୍ତଚର ମୁଖ୍ୟ ଏବଂ ଅଷ୍ଟ୍ରେଲୀୟ ପ୍ରତିରକ୍ଷା ବାହିନୀ(ଏଡୀଏଫ)ର ମିଳିତ ଅପରେସନ ମୁଖ୍ୟ ସାମିଲ ଅଛନ୍ତି।ଏହି ଉଚ୍ଚସ୍ତରୀୟ ବାର୍ତ୍ତାଳାପର ଉଦ୍ଦେଶ୍ୟ ଗୁପ୍ତଚର -ବଣ୍ଟନ ପ୍ରଣାଳୀ,ଆଞ୍ଚଳିକ ସୁରକ୍ଷା ସହଯୋଗ ଏବଂ ହିନ୍ଦ-ପ୍ରଶାନ୍ତ ଅଞ୍ଚଳରେ ଭବିଷ୍ୟତରେ ସହଯୋଗ ପାଇଁ ସୁଯୋଗ ବିଷୟରେ ଆଲୋଚନା କରିବା।