
ଭୁବନେଶ୍ୱର, ରାଜ୍ୟରେ ରାଜ୍ୟ ରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ଠିକା କମ୍ପାନୀ ବିଳମ୍ବକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛନ୍ତି । ଏବେ ସେମାନେ ନିର୍ଧାରିତ ସମୟରୁ ବିଳମ୍ବ କଲେ ସେମାନଙ୍କ ବିରୋଧରେ ଏଫଆଇଆର ହେବ ବୋଲି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରକାଶ କରିଛନ୍ତି ।
ଆଜି ପ୍ରଶ୍ନକାଳରେ ରାଜ୍ୟ ରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କୁ ନେଇ ଗୃହ ରେ ଉଦବେଗ ପ୍ରକାଶ ପାଇଥିଲା । ପ୍ରକଳ୍ପ ଧିମା ଗତି ରେ ଚାଲୁଥିବା କହି କେବେ ପ୍ରତି ଘରକୁ ପାଇପ ଯୋଗେ ପାଣି ପହଞ୍ଚିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ରମେଶ ବେହେରା ।
ଏହାର ଉତ୍ତର ରେ ପାନୀୟ ଜଳ ସମସ୍ୟା କୁ ନେଇ ଉଦବେଗ ପ୍ରକାଶ କରିବା ସହ ଧିମା ହେବାର କାରଣ କହି ପୂର୍ବ ସରକାର କୁ ଟାର୍ଗେଟ କରିଛନ୍ତି ପଂଚାୟତିରାଜ ମନ୍ତ୍ରୀ । ସେ କହିଥିଲେ ଯେ, ଯେଉଁମାନେ ଚୁକ୍ତି ସ୍ଵାକ୍ଷର କରିଥିଲେ ନୂଆ ସରକାର ଆସିବା ପରେ ଏହାର ସମୟ ସୀମା ପଳେଇଥିଲା । ସରକାର ଫାଇନ କରିଛନ୍ତି । ଏବେ 7 ଦିନ ଭିତରେ କମ୍ପାନୀ ମୁଖ୍ୟ ଙ୍କୁ ଡକା ହୋଇଛି । ଠିକ ସମୟରେ କାମ ନ କଲେ କମ୍ପାନୀ କୁ ବ୍ଲାକ ଲିଷ୍ଟ କରିବୁ । ପୂର୍ବରୁ ପାଇପ ଥିଲା ପାଣି ନ ଥିଲା । ଏବେ ହର ଘର ଜଳ ନ ହେଲେ କାମ ସମାପ୍ତ ହୋଇଛି ବୋଲି ଧରା ଯିବନି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପ୍ରକଳ୍ପ କାର୍ଯ୍ୟ ଧିମା ବିଷୟରେ ବିଭାଗ ଅବଗତ ଅଛି । ମାର୍ଚ୍ଚ ସୁଦ୍ଧା 72 ହେବାର ଥିଲା ହେଲେ 52 କମ୍ପ୍ଲିଟ ହୋଇଛି.. ଜୁନ ସୁଦ୍ଧା 72 ଟି ସାରିବୁ । 2025 ସୁଦ୍ଧା ଆଉ 40 ଟି କରିବୁ.. ଆଉ କଡା ପଦକ୍ଷେପ ନେବୁ.ପାହାଡ଼ ଅଂଚଳ ର ଲୋକ ବି କେମିତି ପାଣି ପାଇବେ ସେ ନେଇ ବିଭାଗ କାମ କରୁଛି ।