
-
ଗୃହ କମିଟି ଗଠନ କରିବାକୁ ଦାବି
ଭୁବନେଶ୍ୱର– ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ମାନେ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ଓ ଆଇନ ଶୃଙ୍ଖଳାୀ ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଗୃହ କମିଟି ଗଠନ କରିବାକୁ କଂଗ୍ରେସ ବିଧାୟକ ମାନେ ଦାବି କରିଛନ୍ତି ।
ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି 2000 ରୁ 2024 ମଧ୍ୟରେ 44, 823 ଜଣ ନିଖୋଜ ହୋଇଛନ୍ତି । 2024 ଜୁନ ରୁ ଏଇ 8 ମାସ ମଧ୍ୟରେ 18001 ନାରୀ ନିର୍ଯାତନା ମାମଲା ସାମ୍ନା କୁ ଆସିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ହୋଲି ରେ ବେଧଡକ ମଦ ବିକ୍ରି ଚାଲିଛି, ମୁଣ୍ଡ ଗଡୁଛି । ନାରୀ ସୁରକ୍ଷା ପାଇଁ ସର୍ବ ଦଳୀୟ ବୈଠକ ଡାକି ଗୃହ କମିଟି ଗଠନ କରିବାକୁ ଦାବୀ କରିଛନ୍ତି ।
ସେହିପରି ବିଧାୟକ ରାଜନ ଏକ୍କା କହିଛନ୍ତି ରାଜ୍ୟ ରେ ହୋଇଥିବା 18001 ମାମଲା ରୁ 17000 ମାମଲା ର ତଦନ୍ତ ସରି ନାହିଁ. ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ସରକାରୀ ହଷ୍ଟେଲ ରେ ମା ହୋଇଛନ୍ତି. । ଏନସିଆରବି ରିପୋର୍ଟ ଓ ମୁଖ୍ୟମନ୍ତ୍ରୀ ଙ୍କ ଉତ୍ତର ରେ ତାଳ ମେଳ ନାହିଁ । ଗୃହ କମିଟି ଗଠନ ପାଇଁ ବାଚସ୍ପତି ରୁ ଲିଂ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।