
ଭୁବନେଶ୍ୱର– ଗୁରୁ ପଙ୍କଜ ଚରଣ ଦାସଙ୍କ ସ୍ମୃତିଚାରଣ କରିଛନ୍ତି ମନ୍ତ୍ରୀ ରବି ନାରାୟଣ ନାଏକ । ସୋସିଆଲ ମିଡିଆ ଏକ୍ସରେ ରବି ନାଏକ କହିଛନ୍ତି ଯେ, ଓଡ଼ିଶୀ ନୃତ୍ୟର ପୁନଃନିର୍ମାତା ଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୬ତମ ଜୟନ୍ତୀ ଅବସରରେ ଭୂମିଷ୍ଠ ପ୍ରଣାମ। ଓଡ଼ିଶୀ ନୃତ୍ୟର ପୁନଃଜୀବନ ଦେଇ ଏହି କଳାର ସଂରକ୍ଷଣ ଓ ପ୍ରଚାରରେ ତାଙ୍କ ଅମୋଘ ଅବଦାନ ଏବଂ ସଂସ୍କୃତି ପ୍ରତି ତାଙ୍କ ଅତ୍ୟନ୍ତ ସମର୍ପଣ ସର୍ବଦା ସ୍ମରଣୀୟ ରହିବ।