
ଭୁବନେଶ୍ୱର– ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ସାଂସଦ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରିବା ସହ ତାଙ୍କର ଶେଷ ଦର୍ଶନ କରିଛନ୍ତି।
ଏ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ବୈଜୟନ୍ତ ଲେଖିଛନ୍ତି ଆଜି ନୂଆଦିଲ୍ଲୀ ଠାରେ ଆମ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ôଥବ ଶରୀରକୁ ଶେଷ ଦର୍ଶନ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଅନ୍ୟ ନେତୃବୃନ୍ଦଙ୍କ ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । କେନ୍ଦ୍ରମନ୍ତ୍ରୀ ତଥା ମୋର ବନ୍ଧୁ ଧର୍ମେନ୍ଦ୍ର ପ୍ରଧାନ ଓ ସେଠାରେ ଉପସ୍ଥିତ ତାଙ୍କର ପ୍ରିୟଜନମାନଙ୍କୁ ମୋର ସମବେଦନା ଜଣାଇଲି।