
ଛତିଶଗଡ-ଛତିଶଗଡର ରାୟପୁର ନିକଟସ୍ଥ ଖରୋରା ଥାନା ଅଞ୍ଚଳର ମୁଣ୍ଡୀପାର ସ୍ଥିତ ଆଇଟିବିପି କ୍ୟାମ୍ପରେ ପଦସ୍ଥ କନେଷ୍ଟବଳ ସକାଳେ ଏଏସଆଇକୁ ଗୁଳି କରିଥିଲେ,ଯେଉଁଥିପାଇଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁବରଣ ହୋଇଛି। ଏହି ଘଟଣା କ୍ୟାମ୍ପରେ ଆଲୋଡନ ସୃଷ୍ଟି କରିଛି।ବର୍ତ୍ତମାନ ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରାଯାଇଛି। ଖରୋରା ଥାନା ପ୍ରଭାରୀ ଦୀପକ ପାସୱାନ ଏହି ଘଟଣାକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ଆଇଟିବିପି କ୍ୟାମ୍ପରେ ସକାଳେ ଆରକ୍ଷକ ଇନ୍ସାସ ରାଇଫଲରେଏଏସଆଇଙ୍କୁ ଗୁଳି ମାରିଥିଲେ। ଏହି କାରଣରୁ ଘଟଣାସ୍ଥଳରେ ଆସିଷ୍ଟାଣ୍ଟ ସବ ଇନ୍ସିପେକ୍ଟର ଦେବେନ୍ଦ୍ର ଦହିୟାଙ୍କ ମୃତ୍ୟୁ ଘଟିଛି।ଘଟଣାର ସୁଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଛି।ତଦନ୍ତ ଚାଲିଛି।ଅଧିକାରୀ କହିଛନ୍ତି ଯେ ବିହାର ନିବାସୀ କନେଷ୍ଟବଳ 32 ବର୍ଷୀୟ ସରୋଜ କୁମାର ହରିୟାଣା ନିବାସୀଏଏସଆଇ 56 ବର୍ଷୀୟ ଦେବେନ୍ଦ୍ର ସିଂହ ଦହିୟାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।ଘଟଣା ଏହି ସମୟରେ ଘଟିଥିଲା ଯେତେବେଳେ କନେଷ୍ଟବଳ ଏବଂ ଏଏସଆଇ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା।ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।ହତ୍ୟାଯୋଗୁଁଘଟଣାସ୍ଥଳର ସ୍ଥିତିକୁ ନେଇ ପୋଲିସ ଅନୁସନ୍ଧାନ କରୁଛି।