
ଭୁବନେଶ୍ୱର– ଜଙ୍ଗଲରେ ନିଆଁ ଲିଭାଇବାକୁ ଓଡ୍ରାଫ୍ ର ସହାୟତା ନେବ ବନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ସୁରେଶ ପନ୍ତ । ସେ କହିଛନ୍ତି ଜଙ୍ଗଲ ନିଆଁ ଲିଭାଇବାରେ ବନ ବିଭାଗ ୯୯.୯୯% ସଫଳ ହେଉଛି । ଅଧିକ ନିଆଁ ଲାଗିଲେ ଗୃହ ବିଭାଗ ଜରିଆରେ ଓଡ୍ରାଫ୍ ସହାୟତା ନେବୁ। ପ୍ରଥମ ରାଜ୍ୟ ଭାବେ ଓଏଫ୍ଏମଏସ୍ ଫରେଷ୍ଟ ଫାୟର ଆପ୍ଲିକେସନ ବ୍ୟବହାର କରୁଛୁ। ତତ୍କାଳ ତଥ୍ୟ ପାଇଁ ଶିମିଳିପାଳରେ ୫ଟି ଏଆଇ କ୍ୟାମେରା ଲାଗିଛି। ଚଳିତ ବର୍ଷ ୧୫,୭୨୩ କିମି ନୂଆ ଫାୟର ଲାଇନ୍ ସୃଷ୍ଟି ହୋଇଛି ବୋଲି କହିଛନ୍ତି ପିସିସିଏଫ୍।