
ଭୁବନେଶ୍ୱର-ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଡ଼କ୍ଟର ଦେବେନ୍ଦ୍ର ପ୍ରଧାନଙ୍କର ପରଲୋକରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ନିଜ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତିଯେ କେନ୍ଦ୍ର ପରିବହନ ଓ କୃଷି ମନ୍ତ୍ରୀ ଭାବେ ସ୍ବର୍ଗତ ପ୍ରଧାନଙ୍କ ସେବାକୁ ଦେଶବାସୀ କେବେବି ଭୁଲି ପାରିବେ ନାହିଁ I ବିଶିଷ୍ଟ ଜନନେତା ଏବଂ ସାମାଜିକ କର୍ମୀ ଭାବେ ସେ ସାରା ଓଡିଶା ପାଇଁ ଅନେକ କାର୍ଯ୍ୟ କରିଯାଇଛନ୍ତି I ଦୃଢ଼ ନେତୃତ୍ୱ, ସମାଜସେବା ଏବଂ ଲୋକକଲ୍ୟାଣରେ ସେ ହେଉଛନ୍ତି ଜ୍ୱଳନ୍ତ ଉଦାହରଣ I ଆମ ଦଳର ମାର୍ଗଦର୍ଶକ ତଥା କେନ୍ଦ୍ରମନ୍ତ୍ରୀ ଭାବେ ତାଙ୍କ ଅବଦାନକୁ ରାଜ୍ୟବାସୀ କେବେବି ଭୁଲି ପାରିବେ ନାହିଁ I ତାଙ୍କ ବିୟୋଗ ସମଗ୍ର ରାଜନୀତି ଜଗତ ତଥା ରାଜ୍ୟପାଇଁ ଏକ ବଡ଼ କ୍ଷତି ବୋଲି ସେ ଅବିହିତ କରିଛନ୍ତି I
ଏଥିସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି I