
ଭୁବନେଶ୍ୱର,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ସ୍ବର୍ଗତ ପ୍ରଧାନଙ୍କୁ ମୁଁ ଅତି ନିକଟରୁ ଜାଣେ ଏବଂ ଆଜି ମୋ ରାଜନୈତିକ ଜୀବନର ଜଣେ ମାର୍ଗଦର୍ଶକଙ୍କୁ ହରାଇ ଅତ୍ୟନ୍ତ ମର୍ମାହତ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ଜଣେ ଜନ ପ୍ରତିନିଧି ଭାବେ ସ୍ୱର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । କେନ୍ଦ୍ର ମନ୍ତ୍ରୀ ଭାବେ ରାଜ୍ୟ ପାଇଁ କରିଯାଇଥିବା କାର୍ଯ୍ୟ ନିମନ୍ତେ ସେ ଆମ ନିକଟରେ ସ୍ମରଣୀୟ ରହିବେ । ତାଙ୍କ ବିୟୋଗରେ ରାଜ୍ୟରେ ଜଣେ ନେତାଙ୍କର ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।
ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି ।