
ଭୁବନେଶ୍ୱର: ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ଜଣେ ନୀତିନିଷ୍ଠ ରାଜନେତା ଭାବେ ବିଭିନ୍ନ ଦାୟିତ୍ୱରେ ରହି ସେ ରାଜ୍ୟର ଉନ୍ନତି ତଥା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପରିବହନ ଓ କୃଷି ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରି ସେ ସୁନାମ ଅର୍ଜନ କରିଥିଲେ । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସକ୍ରିୟ ସଦସ୍ୟ, ଭାରତୀୟ ଜନତା ପାର୍ଟିର ଉପ ସଭାପତି, ବିଜେପି ରାଜ୍ୟ ସଭାପତି ଆଦି ବିଭିନ୍ନ ପଦବୀରେ ରହି ସେ କୃତି ଓ କୃତିତ୍ଵର ନିଆରା ଉଦାହରଣ ସୃଷ୍ଟି କରିଥିଲେ । ମାନବ ସେବାକୁ ମାଧବ ସେବା ଭାବେ ଗ୍ରହଣ କରି ଜଣେ ଆଦର୍ଶ ଡାକ୍ତରର ପରିଚୟ ସେ ସୃଷ୍ଟି କରିଥିଲେ । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି ।
ସ୍ଵର୍ଗତ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳ ସାମନ୍ତ ଗଭୀର ସମବେଦନା ଜଣାଇଛନ୍ତି ।