ଭଦ୍ରକ – ବିଶ୍ବ ପ୍ରସିଦ୍ଧ ମୋଗଲ ତାମ୍ସା ଧୀରେ ଧୀରେ ମୂଳ ଧାରାରୁ ଦୂରେଇ ଯାଉଛି। ଭଦ୍ରକକୁ ସମଗ୍ର ବିଶ୍ବ ଦରବାରରେ ଏକ ସ୍ବତନ୍ର ପରିଚୟ ଦେଇଥିବା ମୋଗଲ ତାମ୍ସା ଏବେ କେତେକ ପରିବେଷଣ ସଂସ୍ଥା ଦ୍ବାରା ଅପଭ୍ରଂଶ ହୋଇ ଜନମାନସକୁ ବିଭ୍ରାନ୍ତ କରୁଛି। ଏହାର ବିକୃତ କରି ପରିବେଷଣ ହେବା ଦ୍ବାରା କବି ବଂଶୀ ବଲ୍ଳଭ େଯଉଁ ମୋଗଲ ତାମ୍ସା ରଚନା କରିଥିଲେ ତାହା ଧୀରେ ଧୀରେ ଲୋକଙ୍କ ମନରୁ ହଜି ହଜି ଯାଉଛି ବୋଲି ମୋଗଲ ତାମ୍ସାର ଆଦ୍ୟ ପ୍ରବକ୍ତା ତଥା ନିଦ୍ର୍ଧେଶକ, ଅଭିନେତା ଲଲାଟେନ୍ଦୁ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବେଗ ପ୍ରକଟ କରିଛନ୍ତି। ହୋଟେଲ ଯଶୋଦା ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ମହାନ୍ତି କହିଥିଲେ େଯ ୧୯୮୦ ମସିହାରେ ତତ୍କାଳୀନ ସଂସ୍କୃତି ମନ୍ରୀ ଯୁଗଳ ପଟ୍ଟନାୟକଙ୍କ ପୃଷ୍ଠପୋଷକତାରେ ଅଭିନ୍ନ ନାଟ୍ୟ ସଂସ୍ଥା ମାଧ୍ଯମରେ ମୋଗଲତାମ୍ସାର ପୁନରୁଦ୍ଧାର ପାଇଁ କିଛି ଯୁବକଙ୍କୁ ନେଇ ମୋଗଲ ତାମ୍ସା ପରିବେଷଣ କରାଯାଇଥିଲା। ଏହାକୁ ଭଦ୍ରକ ପରିସରରୁ ପ୍ରଥମ ଥର ପାଇଁ ବାହାରକୁ ନେଇ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ମସ୍ଥ କରାଯାଇଥିଲା। ଯାହା ଫଳରେ ସମଗ୍ର ଓଡ଼ିଶାବାସୀ ମୋଗଲ ତାମ୍ସା ବୋଲି ଗୋଟିଏ ତାମ୍ସା ରହିଛି ବୋଲି ଜାଣିଥିଲେ। ପରେ ପରେ ଏହାର ପ୍ରଚାର ପ୍ରସାର ପାଇଁ ଶ୍ରୀ ମହାନ୍ତିଙ୍କ ଉଦ୍ୟମରେ ଏହା ରାଜ୍ୟ ବାହାରେ ପରିବେଷଣ କରାଯାଇଥିଲା। ଏହାକୁ ଦିଲ୍ଲୀର ମାଭେଲଙ୍କର ହଲ, ବମ୍ବେର ସମ୍ମୁଖାନନ୍ଦ ହଲ, କଲିକତାର ରବୀନ୍ଦ୍ର ସଦନ ଭଳି ଉଚ୍ଚ ଖ୍ୟାତି ସµନ୍ନ ଥିଏଟର ହଲରେ ଏହା ବହୁବାର ପରିବେଷଣ କରାହୋଇଛି। ସେହିପରି ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦ୍, ଗୁଜରାଟ, ମହାରାଷ୍ଟ୍ର, ବିହାର ରାଜ୍ୟ ସହିତ ଓଡ଼ିଶାର ବହୁ ସ୍ଥାନରେ ଶ୍ରୀ ମହାନ୍ତିଙ୍କ ନିଦ୍ର୍ଧେଶନା ତଥା ଅଭିନୟରେ ପରିବେଷଣ କରାଯାଇଛି । ଏହାକୁ ଲୋକ ଲୋଚନକୁ ଆଣିବା ପାଇଁ ସର୍ବପ୍ରଥମେ ତାଙ୍କ ପ୍ରଚେଷ୍ଟାରେ ଦୂରଦର୍ଶନରେ ପ୍ରସାର କରାଯାଇଥିଲା। ମୋଗଲ ତାମ୍ସାକୁ ପୁନରୁଦ୍ଧାର କରିବା କ୍ଷେତ୍ରରେ ଏହାର ଆଦ୍ୟ ପ୍ରବକ୍ତା ଭାବେ କାର୍ଯ୍ୟ କରି ଏହା ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ସ୍ଥାନରେ ପ୍ରଶଂସିତ ହେବା ସହିତ ବହୁବାର ପୁରସ୍କୃତ ହୋଇଛନ୍ତି। ୧୯୮୪ ମସିହାରେ ଶ୍ରୀ ମହାନ୍ତିଙ୍କ ପ୍ରଚେଷ୍ଟାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଏହାକୁ ତାହାର କ୍ୟାଲେଣ୍ଡରରେ ସ୍ଥାନିତ କରିଥିଲା। ଭୁବନେଶ୍ବରର ରାଜ୍ୟ ସଂଗ୍ରହାଳୟରେ ମଧ୍ଯ ମୋଗଲ ତାମ୍ସାର ନିଦର୍ଶନ ରହିଛି। ତେବେ ଏବେ ଏହାର ପୁନରୁଦ୍ଧାରର ଆବଶ୍ୟକତା ଦେଖା ଦେଇଛି। ବହୁ ସଂସ୍ଥା ପକ୍ଷରୁ ମୋଗଲ ତାମ୍ସା ପରିବେଷଣ କରାଯିବା ସ୍ବାଗତ େଯାଗ୍ୟ। ଏହା ଦ୍ବାରା ଏହାର ପ୍ରଚାର ପ୍ରସାର ହେଉଛି। ରାଜ୍ୟ ସରକାର ତଥା ଜିଲ୍ଳା ପ୍ରଶାସନ ମଧ୍ଯ ଏଥିପ୍ରତି ଗୁରୁତ୍ବ ଦେବା ଉଚିତ। ବରଗଡ଼ର ଧନୁଯାତ୍ରାକୁ େଯଉଁ ଭାବରେ ପ୍ରଚାର ପ୍ରସାର କରାଯାଉଛି, ମୋଗଲ ତାମ୍ସାକୁ ମଧ୍ଯ ସେହି ଗୁରୁତ୍ବ ଦେବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି। ଏହାସହିତ ଏହାକୁ ବିକୃତ ନ କରିବାକୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି। ଏହା ନ ହେଲେ ପ୍ରକୃତ ମୋଗଲ ତାମ୍ସା ଲୋପ ପାଇଯିବ ଏବଂ ଏକ ବିକୃତ ମୋଗଲ ତାମ୍ସା ଜନମାସନରେ ପ୍ରଚଳିତ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ଅଟଳ ବିହାରୀ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ନାଟ୍ୟ ନିଦ୍ର୍ଧେଶକ ନରେନ୍ଦ୍ର ପରିଡା, ଏସ୍.ଏମ୍. ଫାରୁକ ମାସିନ ହୋଇଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ, ଅଧ୍ଯାପକ ନିହାର ରଂଜନ କର, ବିଜୟ ବହଳୀ, ଡାକ୍ତର ଅନିଲ ଦାଶ, ଡାକ୍ତର ରବିନାରାୟଣ ମହାପାତ୍ର, ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ, ମନେରଂଜନ ମହାନ୍ତି, ଗୌରାଙ୍ଗ ବାରିକ, କାଳନ୍ଦି ମଲ୍ଲିକଙ୍କ ସମେତ ବହୁ ବୁଦ୍ଧିଜୀବୀ, କଳାକାର େଯାଗ ଦେଇଥିଲେ।
Related Stories
November 24, 2024
November 24, 2024