
ଜୟପୁର , କୋରାପୁଟ ଜିଲାର ଜୟପୁର ସହରରେ ଶାନ୍ତି ଶୃଙ୍ଖଳାରେ ହୋଲି ଉତ୍ସବ ପାଳିତ ହୋଇଯାଇଛି । ନାଚ ଗିତରେ ଜୟପୁର ସହର ଦୁଲୁକିଥିଲା । ସକାଳୁ ସକାଳୁ ପ୍ରତି ଗଳି କନ୍ଦିରେ ଛୋଟ ଠାରୁ ବଡ ପଯ୍ୟନ୍ତ ସମସ୍ତେ ହାତରେ ଫଗୁଧରି ଖେଳିବାକୁ ବାହାରି ପଡିଥିଲେ । ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଙ୍କ ଘରେ ଶୁଭେଛୁ ମାନେ ରଙ୍ଗ ଲଗାଇ ହୋଲିର ଶୁଭେଛା ଜଣାଇଥିଲେ । ବିଧାୟକ ବାହିନିପତି ମଧ୍ୟ ମିଠା ଖୁଆଇ ଶୁଭେଛା ଜଣାଇଥିଲେ । ପୁବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବିଜେପି ନେତା ଗୌତମ ସାମନ୍ତରାୟ ମଧ୍ୟ ହୋଲି ଖେଳରେ ସାମିଲ ହୋଇଥିଲେ । ଯୁବକ ମାନେ ହୋଲି ଗିତ ବଜାଇ ନାଚ ଗିତ କରି ଖୁସି ମନେଇଥିଲେ । ଜିଲା କଂଗ୍ରେସ ଭବନ ଠାର ବିଧାୟକ ବାହୀନିପତି ସମର୍ଥକ ଓ ଜୟପୁର ବାସୀଙ୍କ ସହ ଗୀତ ଲଗାଇ ନାଚିଥିଲେ । ମହିଳାମାନେ ଗ୍ରୁପ୍ ଗ୍ରୁପ୍ ହୋଇ ଘର ଘର ବୁଲି ରଙ୍ଗ ଲଗାଇ ରଙ୍ଗର ପର୍ବ ହୋଲି ମନାଇଥିଲେ । ଏହି ଖେଳ ଶାନ୍ତି ପୁଣ୍ଣ ସହ ଅପରାହ୍ନ ୧ ଘଣ୍ଟା ପଯ୍ୟନ୍ତ ଖେଳ ଚାଲିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ କଡା ସୁରକ୍ଷା ପ୍ରଦାନ କରାଯାଇଥିଲା । ଖେଳ ସରିବା ପରେ ସତୀ ନଦୀ, କୋଲବ , ମୁଖ୍ୟ କେନାଲରେ ରଙ୍ଗ ଛଡାଇ ବାପାଇଁ ଲୋକଙ୍କ ଭିଡ ଜମିଥିଲା । ଦିନ ସାରା ମଦ ଦୋକାନ ବନ୍ଦ କରାଯାଇଥିଲା । ସକାଳେ ଓ ସଂନ୍ଧ୍ୟା ସମୟରେ ବି ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ଥିଲା । ହୋଲି ଅବସରରେ ସୀତଳା ମନ୍ଦିର, ହାତି ଶାଳ, ପାତ୍ରପୁଟ, କୋଲାବ ଅଞ୍ଚଳରେ ଲୋକ ମାନେ ଭୋଜି ଭାତ କରି ଅନ୍ୟ ଏକ ଡଙ୍ଗରେ ଖୁସି ବନେଇଥିବା ଦେଖାଯାଇ ଥିଲା । ହେ ।ଲି ଉତ୍ସବ ପାଇଁ ଦମକଳ ବିଭାଗ ମଧ୍ୟ ସର୍ତକ ରହିଥିଲା । ହୋଲି ପବ ଅବସରରେ ଜୟପୁର ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିଥିଲା । ଜୟପୁର ଅଗ୍ନିଶମ କେନ୍ଦ୍ର ରେ ବିଭାଗ ସମସ୍ତ ଯନ୍ତ୍ର ପାତି ପ୍ରସ୍ୁତ କରି ସଜାଗ ରହିଥିବା ବିଷୟ ଜୟପୁର ଅତିରିକ୍ତ ଅଗି୍ନଶମ ଅଧିକାରି ସୁରେଶ କୁମାର ବାରିକ ସୁଚନା ଦେଇଥିଲେ । ସେହିପରି ଉତ୍କଳ ବାଳାଶ୍ରମ ଜୟପୁର ରେ ମଧ୍ୟ ଅନ୍ତେବାସୀ ମାନେ ହୋଲି ଉତ୍ସବ ପାଳନ କରିଥିବା ବେଳେ ଜୟପୁର ମୁଖ୍ୟ ରାସ୍ତାରେ ହୋଲି ଖେଳ ନେଇ ଉତ୍ସବ ମୁଖର ହୋଇଛି । ଏନେଇ ଅପ୍ରତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରେ ପୋଲିସ ମୁତୟନ ହୋଇଥିଲେ । ଚତୁଃଦ୍ଦଶୀ ଦିନ ସହରର ବାଙ୍କମଠ ଠାରେ ହଳପୋଡି ଉତ୍ସବ ଅନୁଷ୍ଠିତ ହୋିଥିଲା । ହଳ ପୋଡି ନିକଟରେ ବିମାନ ଗୁଡିକ ୯ ଥର ପରିକ୍ରମା କରାଯାଇଥିଲା । ବିମାନ ଗୁଡିକ ସେଠାରୁ ମନ୍ଦିର କୁ ଫେରିଯିବା ପରେ ଶୁକ୍ରବାର ରାତ୍ର ରେ ଚୈତନ୍ୟ ମନ୍ଦିର ରେ ନୁତନ ବର୍ଷର ପଞ୍ଜିକା ପାଠ କରାଯାଇଥିଲା । ୪ଟି ବିମାନ ସହର ପରିକ୍ରମା କରୁଥିବା ବେଳେ ଶେଷ ଦିନ ଶନିବାର ହୋଲିଖେଳ ରେ ରଘୁନାଥଙ୍କ ବିମାନ ସହର ପରିକ୍ରମା କରିଥିଲା । ଏହି ଦିନ ସାରା ସହରବାସୀ ରଙ୍ଗଖେଳରେ ମାତିଥିଲେ । ଏହି ସବୁ କାଯ୍ୟକ୍ରମକୁ ଦେବୋତ୍ତର ବିଭାଗ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।