
ଗଂଜାମ, ମହେନ୍ଦ୍ର କଳା ସାହିତ୍ୟ ସଂସଦ, ବ୍ରହ୍ମପୁର ପକ୍ଷରୁ କୃପାଳୁ ଜି ମହାରାଜଙ୍କ ଧର୍ମ ପତ୍ନୀ ମା ‘ ପଦ୍ମା ଦେବୀଙ୍କ ପୁଣ୍ୟତିଥି ପାଳିତ ହୋଇ ଯାଇଛି ।
ଏହି ଉପଲକ୍ଷେ ବ୍ରହ୍ମପୁର ସହର ଉପକଣ୍ଠ ଆମ୍ବଗଡ ସ୍ଥିତ ” ଓଁ ଜରା ନିବାସ ” ଠାରେ ଅନ୍ତେ ବାସିନୀ ନଙ୍କୁ ହୋଲି ଦିନ ମିଷ୍ଠାନ୍ନ ଫଳ ଆର୍ଥିକ ଅନୁଦାନ ଏବଂ ରନ୍ଧା ପ୍ରସାଦ ବିତରଣ କରା ଯାଇଛି ।
ସମସ୍ତଙ୍କୁ ଅବୀର ବୋଳା ବୋଳି ହୋଇ ଭାଇଚାରାର ସଂପର୍କ ବଜାୟ ରଖିଥିଲେ । ଅନୁଷ୍ଠାନର ପାଦିକା ଜ୍ୟୋତ୍ସ୍ନା ରାଣୀ ପଣ୍ଡା ଅଂଶିକ ପ୍ରିୟଦର୍ଶୀ ପଣ୍ଡା ଡ଼ ନିବେଦିତା ପଣ୍ଡା, ଡ଼ ବିଜୟ ଲକ୍ଷ୍ମୀ ପଣ୍ଡା, ପୂର୍ବତନ ସମ୍ପାଦକ କହ୍ନେଇ ପଣ୍ଡା,ସନ୍ତୋସିବାଡ଼ତ୍ୟା ପ୍ରମୁଖ ସହଯୋଗ କରିଥିଲେ । ପ୍ରତିବର୍ଷ ହୋଲି ଦିନ ଏହି ଉତ୍ସବ ପାଳନ କରାଯାଉଛି ।