
ଶିମଲା– ହିମାଚଳ ପ୍ରଦେଶରେ ଗତ 24 ଘଂଟାରେ ବିଭିନ୍ନ ସ୍ଥାନରେ ଜୋରଦାର ବର୍ଷା, ବରଫପାତ ଓ ଅଳ୍ପବୃଷ୍ଟି ହୋଇଛି । ରାଜ୍ୟର ପାହାଡିଆ ଅଂଚଳ ଲାହୌଲ-ସ୍ପିତି, କିନ୍ନୋର, କୁଲ୍ଲୁ ଓ ଶିମଲାର ଉଚ୍ଚ ସ୍ଥାନରେ ହିମପାତ ହୋଇଛି । ଶିମଲା ସହରରେ ଗତ ରାତିରେ ବର୍ଷା ହୋଇଛି ।
ରାଜ୍ୟର ତଳୁଆ ଅଂଚଳ ଓ ପାହାଡିଆ ଅଂଚଳରେ ବି ଝିପିଝିପି ବର୍ଷା ହୋଇଛି, ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡାପଡିଛି ।