
ଭୁବନେଶ୍ୱର- ପାଣ୍ଡରା ଠାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ମାଛ ମାର୍କେଟ । ପ୍ରସ୍ତାବିତ ମାର୍କେଟ ସ୍ଥାନ ପରିଦର୍ଶନ କରିଛନ୍ତି ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର । 50 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ମାର୍କେଟ । ରାଜ୍ୟ ସରକାର କରିଛନ୍ତି ଅର୍ଥ ଅନୁମୋଦନ । 5 ଏକର 80 ଡିସିମିଲ ଜାଗାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ ମାଛ ମାର୍କେଟ । ଏହାଦ୍ବାରା ମତ୍ସ୍ୟ ବ୍ୟବସାୟୀ ମାନେ ଲାଭବାନ ହେବା ସହ ସାଧାରଣ ଲୋକ ମାନେ ମଧ୍ୟ ସୁବିଧା ପାଇବେ । ପୂର୍ବ ସରକାର ବେଳେ ଡିପିଆର୍ ପ୍ରସ୍ତୁତିରେ ବିଳମ୍ବ ହୋଇଥିବା ଯୋଗୁଁ ଆଜି ଯାଏଁ ମାଛ ମାର୍କେଟ ପ୍ରତିଷ୍ଠା ହୋଇପାରିନଥିଲା ବୋଲି କହିଛନ୍ତି ପ୍ରିୟଦର୍ଶୀ ।