
ଭୁବନେଶ୍ୱର– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୋଡୋ ଶାନ୍ତି ବୁଝାମଣାର ସୁଦୃଢତାକୁ ରେଖାଙ୍କିତ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଶାହ କହିଛନ୍ତି ଯେ, 2020 ଜାନୁୟାରୀ 27ରେ ବୋଡୋଲ୍ୟାଣ୍ଡ ଟେରିଟୋରିଆଲ ରିଜନ ଶାନ୍ତି ବୁଝାମଣା ହୋଇଥିଲା, ଯେତେବେଳେ କଂଗ୍ରେସ ଏହାର ମଜାକ ଉଡାଇଥିଲା, କିନ୍ତୁ ଆଜି ଏହି ବୁଝାମଣା ଅଂଚଳରେ ସ୍ଥାୟୀ ଶାନ୍ତିର ଆଧାର ପାଲଟିଛି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଆସାମର କୋକରଝାଡରେ ଅଲ୍ ବୋଡୋ ଷ୍ଟୁଡେଂଟ୍ସ ୟୁନିୟନର 57ତମ ବାର୍ଷିକ ଅଧିବୋନକୁ ସଂବୋଧିତ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶାହ କହିଛନ୍ତି ଯେ, ବୁଝାମଣାର 82 ପ୍ରତିଶତ ପ୍ରାବଧାନ ପୂର୍ବରୁ ହିଁ କେନ୍ଦ୍ର ଓ ଆସାମ ସରକାର ଲାଗୁ କରିସାରିଛନ୍ତି । ଆଗାମୀ 2 ବର୍ଷରେ ଏହାକୁ ସଂପୂର୍ଣ୍ଣ ଭାବେ ଲାଗୁ କରାଯିବ । ଯାହାଦ୍ୱାରା ବୋଡୋଲ୍ୟାଣ୍ଡରେ ସ୍ଥାୟୀ ଶାନ୍ତି ସୁନିଶ୍ଚିତ ହେବ ।