
ଭୁବନେଶ୍ୱର– ଅରୁଣଙ୍କୁ କଡ଼ା କାଉଣ୍ଟର କଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ଅରୁଣ ବାବୁ ତାଙ୍କ ଅତୀତ କଥା ଥରେ ଚିନ୍ତା କରନ୍ତୁ । ସେମାନେ ଯାହା କରିଥିଲେ, ଆଜି ଆମେ ତାର ଫଳ ଭୋଗୁଛୁ । ପୂର୍ବ ସରକାର ଆଇନଶୃଙ୍ଖଳାକୁ ନଷ୍ଟ କରି ଯାଇଛନ୍ତି । ପୋଲିସ ସମେତ ସବୁ ବିଭାଗରେ ପଦବୀ ଖାଲି, ସେଥିପାଇଁ ଉତ୍ତରଦାୟୀ କିଏ ବୋଲି ପ୍ରଶ୍ନ କଲେ ନଗର ଉନ୍ନୟନ ମନ୍ତ୍ରୀ । ପୂର୍ବ ବିଜେଡ଼ି ସରକାର ଶୁଖୁଆ ବୋଝ ଦେଇଛନ୍ତି, ତାକୁ ମୁଣ୍ଡେଇ ଚାଲିଛି ବିଜେପି ସରକାର । ଯେତେ କିଆ ଫୁଲ ଦେଲେ ବି ଶୁଖୁଆ ବୋଝର ବାସ୍ନା ଯାଉନାହିଁ । ତେଣୁ ସେ ବୋଝକୁ ଏବେ ସଫା କରିବାର ପ୍ରକ୍ରିୟା ଚଳାଇଛି ବିଜେପି ସରକାର । ପୋଲିସ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଚାଲିଛି । ହେଲେ ପୂର୍ବ ସରକାର ସମୟରେ ନିଯୁକ୍ତି ଦିଆଯାଇନଥିଲା । ଏପରିକି ଆଇନଶୃଙ୍ଖଳା ଯିଏ ରକ୍ଷା କରିବେ, ତାଙ୍କୁ ବି ଠିକା କରିବାକୁ ଯାଉଥିଲେ ବିଜେଡ଼ି ସରକାର ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର।