
ଭୁବନେଶ୍ୱର– କବି ରମାକାନ୍ତ ରଥଙ୍କ ଶେଷ ଦର୍ଶନ କରିଛନ୍ତି ଟ୍ୱିନ ସିଟି ପୋଲିସ କମିଶନର ଏସ. ଦେବଦତ୍ତ ସିଂ । ଏହି ଅବସରରେ କମିଶନର କହିଛନ୍ତି ଯେ, ଭାରତୀୟ ଭାଷା ଏବଂ ସାହିତ୍ୟର ଜଣେ ହୀରା । ପାଠ ପଢିବା ବେଳେ ତାଙ୍କର ଅନେକ ଲେଖାର ହିନ୍ଦୀ ଅନୁବାଦ ଥାଏ ତାହା ଆମେ ପଢିଛୁ । ପ୍ରଶାସନ ଏବଂ ସାହିତ୍ୟ ଉଭୟ କ୍ଷେତ୍ରକୁ ସେ ଯେଉଁ ବାଲାନ୍ସ କରି ଚାଲିଥିଲେ ତାହା ପ୍ରଂଶସନୀୟ । ଆସନ୍ତାକାଲି ପୁରୀରେ ତାଙ୍କର ଶେଷ କୃତ୍ୟ ହେବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ରାଜ୍ୟ ସମ୍ମାନରେ ତାଙ୍କ ଶେଷକୃତ୍ୟ ସମ୍ପାଦନ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।