
ଭୁବନେଶ୍ୱର,ରମାକାନ୍ତ ରଥଙ୍କ ବିୟୋଗରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ଶୋକ l
ମନ୍ତ୍ରୀ ଡଃ ମହାପାତ୍ର ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ ଆଧୁନିକ ଓଡିଆ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ପଦ୍ମଭୂଷଣ କବି ସ୍ବର୍ଗତ ରଥଙ୍କ ଅବଦାନ ଅତୁଳନୀୟ । ଓଡ଼ିଆ ସାହିତ୍ୟକୁ ବିଶ୍ୱ ସ୍ତରରେ ପହଞ୍ଚାଇବାରେ ସ୍ବର୍ଗତ ରଥ ଚିର ସ୍ମରଣୀୟ ରହିବେ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମନ୍ତ୍ରୀ ଡଃ ମହାପାତ୍ର ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ସେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ବିଭିନ୍ନ ଦାୟିତ୍ୱରେ ରହି ରାଜ୍ୟର ବିକାଶରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ରଖିଛନ୍ତି ।
ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।