
ଭୁବନେଶ୍ୱର,ଆଧୁନିକ ଓଡିଆ ସାହିତ୍ୟର ଅନନ୍ୟ ସ୍ରଷ୍ଟା ତଥା ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କ ବିୟୋଗରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ନୂତନ ସାହିତ୍ୟ ସୃଷ୍ଟିରେ ସ୍ବର୍ଗତ ରଥଙ୍କ ଅବଦାନ ଅତୁଳନୀୟ । ଓଡ଼ିଆ ସାହିତ୍ୟକୁ ବିଶ୍ୱ ସ୍ତରରେ ପହଞ୍ଚାଇବାରେ ସ୍ବର୍ଗତ ରଥ ଚିର ସ୍ମରଣୀୟ ରହିବେ । ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଏକ ଖାଲିସ୍ଥାନ ସୃଷ୍ଟି ହେଲା ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ।
ସେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ବିଭିନ୍ନ ଦାୟିତ୍ୱରେ ରହି ରାଜ୍ୟର ବିକାଶରେ ଗୁରୁତ୍ଵପୂର୍ଣ୍ଣ ଅବଦାନ ରଖିଛନ୍ତି ।
ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି ।