
ଭୁବନେଶ୍ୱର– ପୋଲଭରମ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି ଯେ, ଆଜି ବିଜେଡି ପକ୍ଷରୁ ଓଡ଼ିଶାର ଅସ୍ମିତା ଉପରେ ପୋଲାଭରମ ପ୍ରକଳ୍ପ ଯେଉଁ ଆଘାତ ଦେଇଛି, ଆଦିବାସୀ ବିସ୍ଥାପିତ ହେବେ । ବର୍ଷା ଦିନ ଆସିବ ବୋଲି କାମ ଜୋରସୋରରେ ଚାଲିଲାଣି । ଓଡ଼ିଶା ସରକାର ଏ ନେଇ କଥା ହେବାକୁ କହିଥିଲେ । ହେଲେ ଏ ଯାଏଁ ଆଲୋଚନା କଲେନି । ମୂଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚରାଧୀନ ଅଛି । କି ବିଚାରଧୀନ ଯେଉଁଠି କେନ୍ଦ୍ର ସରକାର 16 ହଜାର କୋଟି ଦେଲେ ଓ କାମ ଜୋରସୋରରେ ଚାଲିଛି । ରାଜ୍ୟ ସରକାରଙ୍କ ସାହସ ନାହଁ । ଦିଲ୍ଲୀରେ ସାଂସଦ ଦାବି ରଖି ପାରୁ ନାହାନ୍ତି । ଦୁର୍ବଳ ସରକାର । ଆନ୍ଧ୍ର ପିଟି ଚାଲିଛି ଓ ଉଚ୍ଚତା ବଢ଼ାଇ ଚାଲିଛି । ଇଞ୍ଚେ ମାଟି ଦେବୁନି କହୁଛନ୍ତି । ହେଲେ ଭୁଆଁ ବୁଲାଉଛନ୍ତି । ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି କାରଣ ଅସଲ ମୁଖା ଖୋଲିଯିବ । ଓଡ଼ିଆ ଅସ୍ମିତା କହି ଶାସନକୁ ଆସିଥିବା ସରକାରଙ୍କ କେନ୍ଦ୍ର, ଓଡ଼ିଶା ଓ ଆନ୍ଧ୍ରରେ ସମାନ ସରକାର । ଓଡ଼ିଶା ରାଜ୍ୟପାଳ ବି ଆନ୍ଧ୍ରର । ହେଲେ ପଦକ୍ଷେପ ନେବାକୁ ସାହସ ନାହିଁ ସରକାରଙ୍କର । ଓଡ଼ିଶାର ସ୍ୱାର୍ଥ ପାଇଁ ଆଲୋଚନା ହେବା ଦରକାର । ଘରେ ନିଆଁ ଲାଗିବା ବେଳେ କଣ ନିଆଁ ନ ଲିଭାଇ କହିବା ବିଚରାଧୀନ ଅଛି, ନିଆଁ ଲିଭାଇବା ନାହିଁ । ମାଲକାନଗିରିରେ ଓଡ଼ିଆ ଅସ୍ମିତା ବିପଦଗ୍ରସ୍ତ । ସାହସ ଅଛି ତ ଆଲୋଚନା କର ।. ପ୍ରକଳ୍ପ ବୃଦ୍ଧି ମୋଦି ସରକାର ସମୟରେ ହୋଇଛି । ଯାହା ଅଧା ମାଲକାନଗିରିକୁ ବୁଡ଼ାଇବ । ଚନ୍ଦ୍ରବାବୁ ନାଇଡୁ ହାତ ଛାଡିଲେ ସରକାର ଗଡ଼ିଯିବ । ଓଡ଼ିଶା ପଛେ ବୁଡି ଯାଉ । କୁଆଡେ ଗଲେ 20 ସାଂସଦ । ଡବଲ ଇଂଜିନ ଡବଲ ଧୋକା, ଦୋମୁହାଁ କଥା କହି ବର୍ଷିଛନ୍ତି ଅରୁଣ ସାହୁ ।