
ଭୁବନେଶ୍ୱର,ଆଜି ବିରୋଧୀ ଦଳ ବିଜେଡି ବିଧାୟକ ମାନଙ୍କର ହଟ୍ଟଗୋଳ କାରଣରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇ ପାରି ନାହିଁ। ପୋଲାଭରମ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବିରୋଧୀ ବିଜେଡି ଦଳର ବିଧାୟକ ମାନେ ଦାବି କରି ନାରାବାଜି କରି ଥିଲେ। ଏହି କାରଣରୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରି ଥିଲେ।
ଆଜି ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ସକାଳ ୧୦.୩୦ ମିନଟ ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇ ଥିଲା। ବାଚସ୍ପତି ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତର ଦେବ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ମୁକେଶ ମହଲିଂଗ ଙ୍କୁ ଡାକିଥିଲେ। ଏହି ସମୟର ବିଜେଡିର ବିଧାୟକ ମାନେ ଗୃହ ର ମଧ୍ୟ ଭାଗକୁ ଆସି ପୋଲାଭରମ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଦାବି କରିବା ସହ ନାରାବାଜି କରିବା ଦେଖିବାକୁ ମିଳିଥିଲା।ନାରାବାଜି କମ୍ ନ ହେବା କାରଣରୁ ବାଚସ୍ପତି ଗୃହକୁ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ