
ଗଂଜାମ,ବ୍ରହ୍ମପୁରର ଆରାଧ୍ୟା ଦେବୀ ମାଁ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ପାଇଁ ଗତକାଲି ବିଳମ୍ବିତ ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଠାକୁରାଣୀଙ୍କ ପିତା ତଥା ଦେଶୀ ବେହରା ଏକ ବିରାଟ ପଟୁଆରରେ ଠାକୁରାଣୀଙ୍କ ପୀଠରେ ପୂଜା ଅର୍ଚନା କରି ଠାକୁରାଣୀଙ୍କ ଅନୁମତି କ୍ରମେ ଶୁଭଖୁଣ୍ଟି ଆଣି ତାଙ୍କ ଘର ସମ୍ମୁଖରେ ସ୍ଥାପନ କରାଯାଇଛି। ଶୁଭଖୁଣ୍ଟି ସ୍ଥାପନର 15ଦିନ ମଧ୍ୟରେ ଯାତ୍ରା ଆରମ୍ଭ ହେବା ପ୍ରଥା ରହିଛି। ଯାତ୍ରା ପାଇଁ ସହରବାସୀ ଆଗ୍ରହୀ ତଥା ଚଳଚଂଚଳ ହୋଇପଡିଥିବା ଜଣାପଡିଛି । ଯାତ୍ରା ଏପ୍ରିଲ 3ରୁ28ତାରିଖ ଯାଏ କରାଯିବା ପାଇଁ ଆପାତତଃ ନିଷ୍ପତ୍ତି କରାଯାଇଥିଲେ ମଧ୍ୟ ଏହା ଜିଲା ପ୍ରଶାସନର ଅନୁମତି ଉପରେ ନିର୍ଭର କରୁଛି ।