
କନ୍ଧମାଳ -କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଙ୍ଘର ସଦସ୍ୟ ଆଇନଜୀବୀ ପ୍ରଦ୍ୟୁମ୍ନ ପ୍ରଧାନଙ୍କ ଅଲ୍ଟୋ ଗାଡି (ଓଆର୦୨ ବିଏଫ ୯୪୫୦), ପିତବାରି ସ୍ଥିତ ବାସ ଗୃହ ନିକଟରେ ରଖିଥିବା ସ୍ଥଳେ ଏହାକୁ ଜୋର ଜବରଦସ୍ତ ଇଚ୍ଛାକୃତ ଭାବେ ପଥର ମାରି ଏହାର କାଚ ଓ ଡୋର ଲକ ଭାଙ୍ଗି ଦେଇଛନ୍ତି । ଏନେଇ ଆଇନଜୀବି ପ୍ରଦ୍ୟୁମ୍ନ ପ୍ରଧାନ, (୪୯) , , ସଦର ଥାନାରେ ଏକ ଲିଖତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗରେ ଯାହା ଉଲେଖ ରହିଛି ଯେ ସୋମବାର ରାତି ପ୍ରାୟ ୧୧ଟା ସମୟରେ ଆଇନଜୀବି ପ୍ରଦ୍ୟୁମ୍ନ ତାଙ୍କ ସ୍ତ୍ରୀ ଆଇନଜୀବୀ ନମିତା ସାହୁଙ୍କ ସହ ଫୁଲବାଣୀ ସଦର ଥାନାରୁ ଘରକୁ ଫେରି ଦେଖିଲେ ଯେ , ତାଙ୍କ ପଡିଶା ଘରର ପ୍ରଶାନ୍ତ ପ୍ରଧାନ, ପୁତ୍ର ରାଜେଶ ପ୍ରଧାନ ଓ ରଜତ ପ୍ରଧାନ ଏବଂ କିଛି ଦୁର୍ବୁତ୍ତ ସମସ୍ତେ ହାତରେ ବଡ ବଡ ପଥର ଧରି ତାଙ୍କ ଗାଡିର କାଚକୁ ଭାଙ୍ଗୁଛନ୍ତି ଓ ଜୋର ଜବରଦସ୍ତ ଗାଡିର ଡୋର ଲକକୁ ଭାଙ୍ଗି ଗାଡିର ଭିତର ଅଂଶ ନଷ୍ଟଭ୍ରଷ୍ଟ କରୁଛନ୍ତି । ଏହା ଦେଖି ସେ ବାରଣ କରିବାରୁ ସେମାନେ ଗାଡି ପାଖରୁ ଆସି ପ୍ରଦ୍ୟୁମ୍ନ ଙ୍କୁ ଜୀବନରେ ମାରି ଦେବାର ଧମକ ଦେବା ସହ ତାଙ୍କ ସ୍ତ୍ରୀର ହାତ ଧରି ଟଣା ଓଟରା କରିଛନ୍ତି ବୋଲି ସଦର ଥାନରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଥାନା ଅଧିକାରୀ ସଦର ଥାନା ପୋଲିସ ଏକ ମାମଲା ୫୪/୨୫ ରଜ୍ଜୁ କରି ତଦନ୍ତ ଚଳାଇଛି। ହେଲେ ଏ ପର୍ଯ୍ୟନ୍ତ ପୋଲିସ କାହାରିକୁ ଗିରଫ କରିନଥିବା ଆଇନଜୀବୀ ନମିତା ସାହୁ କହିଛନ୍ତି l