
କନ୍ଧମାଳ , ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନଠାରେ ସମଗ୍ର ଶିକ୍ଷା କନ୍ଧମାଳ ଦ୍ଵାରା ଦୁଇ ଦିନିଆ ସ୍ଵତନ୍ତ୍ର ଅଲମ୍ପିକ୍ସ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଉଦଯାପିତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିରୂପମା ଡୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅନ୍ତନୀବେଶୀ ଶିକ୍ଷା ସଂଯୋଜକ ସମର ରଞ୍ଜନ ବେହେରା ଯୋଗ ଦେଇଥିଲେ । କାର୍ୟ୍ୟକ୍ରମ ସ୍ଵତନ୍ତ୍ର ଅଲମ୍ପିକ୍ସ ଭାରତ ଓଡିଶାର ଅନ୍ତର୍ଜାତିକ ପ୍ରଶିକ୍ଷଣ ମନାତୋଷ ବେହେରା ଉକ୍ତ କାର୍ୟ୍ୟକ୍ରମରେ ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି କାର୍ୟ୍ୟକ୍ରମରେ କନ୍ଧମାଳ ଓ ଗଜପତି ଜିଲ୍ଲାର ସମସ୍ତ ବ୍ଲକର ସମ୍ବଳ ଶିକ୍ଷକମାନଙ୍କୁ ସମନ୍ୱିତ କ୍ରିଡାରେ ଭିନ୍ନକ୍ଷମମାନଙ୍କୁ ସାମିଲ କରି ଶସକ୍ତ କରିବା ପାଇଁ ଆହ୍ଵାନ ଦେଇଥିଲେ । ସେହିପରି ତ୍ରିନାଥ ସାମଲ ପ୍ରଶିକ୍ଷଣ ଅନ୍ତନିର୍ବେଶୀ କ୍ରିଡା ପ୍ରଶିକ୍ଷଣ ଉପଦେୟତା ଉପରେ ଆଲୋକପାତ କରିଥିଲେ ।