
ଭୁବନେଶ୍ୱର– ଦୁଇ ବର୍ଷରେ ସାପ କାମୁଡ଼ାରେ ମଲେଣି ୧୮୫୯ ଜଣ ଲୋକ । ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ।
2023-24 ଆର୍ଥିକ ବର୍ଷରେ 1150 ଜଣ ସାପ କାମୁଡାରୁ ପ୍ରାଣ ହରାଇଛନ୍ତି । ଏଥିରେ 1022 ଜଣ ପରିବାରକୁ ଅନୁକମ୍ପା ରାଶି ମିଳିଛି । ସେହିପରି 2024-25 ରେ 709 ଜନଙ୍କ ସାପ କାମୁଡ଼ାରେ ଜୀବନ ଯାଇଛି । 435 ଜଣଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । 2023-24 ରେ ବାଲେଶ୍ୱରରେ ସର୍ବାଧିକ ସାପ କମୁଡ଼ା ମୃତ୍ୟୁ ହୋଇଛି । ତା ପଛକୁ କଟକ ଓ ଗଞ୍ଜାମ ରହିଛନ୍ତି । 2024-25 ରେ କଟକରେ ସର୍ବାଧିକ ଲୋକ ସାପ କାମୁଡାରେ ମରିଛନ୍ତି । ତା ପଛକୁ ରହିଛି ଗଞ୍ଜାମ ଓ କେନ୍ଦୁଝର