
ଭୁବନେଶ୍ୱର– ବର୍ଷକୁ ସଡ଼କ ଦୁର୍ଘଟଣାରେ 5 ହଜାର 433 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି 10008 ଆହତ ଓ 11366 ଦୁର୍ଘଟଣାର ଶିକାର ହୋଇଛନ୍ତି । ରାଜ୍ୟରେ ଯାନବାହାନ ସଂଖ୍ୟାର ଦ୍ରୁତ ବୃଦ୍ଧି ଓ ସଡ଼କ ସୁରକ୍ଷା ନିୟମ ଉଲଂଘନ ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଥିବା ପରିବହନ ମନ୍ତ୍ରୀ ବିଭୂତି ଜେନା ଗୃହରେ ଲିଖିତ ଦେଇଛନ୍ତି ।