
ଗଂଜାମ, ଗୋକର୍ଣ୍ଣପୁର କେଦାରପୁର ରାସ୍ତା ରେୱାନଶ୍ରୀ ପବ୍ଳିକ ସ୍କୁଲ ବସ୍ ସହ ଗୋଟିଏ ଟ୍ରାକ୍ଟର ସହ ଧକ୍କାରେ ଚାରି ଜଣ ଛାତ୍ର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ ଦିଗପହଣ୍ଡି ଚାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦିଗପହଣ୍ଡି ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି, ବସରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରି ବହ୍ମପୁର ବଡଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇବା ସହ ଦୁର୍ଘଟଣାର ତଦନ୍ତ କରୁଛି । ଟ୍ରାକ୍ଟର ଡ୍ରାଇଭର ଘଟଣା ପରେ ଫେରାର ରହିଥିବା ଜଣାପଡିଛି ।