
ଇମ୍ଫାଲ-ମଣିପୁର ପୋଲିସ ବିଭିନ୍ନ ଅପରେସନରେ ଭିନ୍ନ ଭିନ୍ନ ଉଗ୍ରବାଦୀ ସଂଗଠନରେ ଜଡିତ 11 ସଦସ୍ୟଙ୍କୁ ଗିରଫ କରିଛନ୍ତି।ପୋଲିସ ଇମ୍ଫାଲ ଇଷ୍ଟ ଜିଲ୍ଲାର ଖୋରେ ଚିଙ୍ଗଗବମ ଲୌକେ ଅଞ୍ଚଳରେ କେସିପି (ପୀଡବ୍ଲୁଜୀ)ର ଦୁଇ ସକ୍ରିୟ କ୍ୟାଡର ଖୋଙ୍ଗବାମତବମ ନାନାଓ ମେତୋଇ ଓରଫଖଙ୍ଗାନବା (25)ଏବଂ କ୍ଷେତ୍ରିମୟୁମ ରୋଶନ ସିଂହ ଓରଫ କିଲର(25)ଙ୍କୁ ଗିରଫ କରିଛି।ସେହିଭଳି ମଣିପୁର ପୋଲିସ ଏବଂ 5/9 ଜୀଆର ଇମ୍ଫାଲ ଇଷ୍ଟ ଜିଲ୍ଲାର ସଂଜେମବମ ଖୁଲ୍ଲେନ ଗ୍ରାମ ନିକଟରୁ କେବାଇକେଏଲର ଏକ ସକ୍ରିୟ ସଦସ୍ୟ କୋନ୍ଜୋଙ୍ଗବମ ଇବୋତୋତୋଞ୍ଚା ମେତୋଇ(54)ଙ୍କୁ ଗିରଫ କରିଛି।ସେ ଜବରଦସ୍ତ ଆଦାୟରେ ସମ୍ପୃକ୍ତ ଥିଲେ। ତାଙ୍କ ନିକଟରୁ 7.62 ଏମଏମର ଏକେ ରାଇଫଲର 45 ଗୁଳି,ଏକ ମୋବାଇଲ ଫୋନ ଏବଂ ଏକ ୱାଲେଟ ଜବତ କରାଯାଇଛି।