
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଉପଜିଲ୍ଲାପାଳଙ୍କ ସଭା କକ୍ଷ ଠାରେ ଏକ ଆଦିବାସୀ ଓ ହରିଜନ ବିଦ୍ୟାଳୟର ଅନ୍ତେବାସୀଙ୍କ ପାଇଁ ସୁରକ୍ଷା ଏ ଏନ ଏମ ଓ ମେଟ୍ରୋନ ମାନଙ୍କ ପାଇଁ ସଚେତନତା କାର୍ଯକ୍ରମ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚରଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଗଲା। ଏହି ଅବସରରେ ଡେପୁଟି କଲେକ୍ଟର ନେସଲା ପାତ୍ର, ଡି ଆଇ ଅଫ ସ୍କୁଲ୍ ଏସ୍ ଏସ ଡି ନରହରି ଝା, ଏଡି ପି ଏଚ ଓ ଡକ୍ଟର ସୁଦ୍ଧା ବାର୍ଲା,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ଉପସ୍ଥିତ ରହି ଆଦିବାସୀ ଓ ହରିଜନ ଆବାସିକ ବିଦ୍ୟାଳୟ ରେ ରହୁଥିବା ଶିଶୁ ମାନଙ୍କୁ ସୁରକ୍ଷା , ଯତ୍ନ , ପୋକ୍ସୋ ଆଇନ୍,ବାଲ୍ୟ ବିବାହ ନିରୋଧ ଆଇନ୍,ଶିଶୁ ଶ୍ରମିକ ଆଇନ୍, ପୋର୍ଣଓ ଗ୍ରାଫି ବିଷୟରେ ସଚେତନତା କରିଥିଲେ। ଶିଶୁ ମାନଙ୍କର ଯତ୍ନ , ସୁରକ୍ଷା ପାଇଁ ଥିବା ବିଧି ବ୍ୟବସ୍ଥା ସଂପର୍କରେ ମିଶନ ବାତ୍ସଲ୍ୟ ଯୋଜନା ଥିବା ଆଶୀର୍ବାଦ,ଯଶୋଦା ,ଗ୍ରୀନ ପାସେଜ୍ ଉପରେ ବିଶଦ ଭାବରେ ଜଣାଇଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ୍, ପ୍ରମୋଦ ବଗର୍ତ୍ତି ଉପସ୍ଥିତ ଥିଲେ।