
ଭୁବନେଶ୍ୱର, ଆସନ୍ତା ମାର୍ଚ୍ଚ୧ ୨ଓ୧୩ତାରିଖ ୨ଦିନ ଧରି ରାଜ୍ୟ ସାଧାରଣ ଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡା ସଂସଦ ଆନୁକୂଲ୍ୟରେ ଏହାର ବାର୍ଷିକ ଉତ୍ସବ-୨୦୨୫ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟଠାରେ ଅନୁଷ୍ଠିତହେବ।ଏହି ଅବସରରେ ଦୁଇଦିନ ଧରି ସଂଧ୍ୟାରେ ପରିଷଦ ତରଫରୁନାଟକ “ମାୟାବୀସହର” ଅନୁଷ୍ଠିତ ହେବ। ମାର୍ଚ୍ଚ୧୨ତାରିଖ ସଂଧ୍ୟାରେ ଅତିଥିମାନଙ୍କ ଦ୍ୱାରା ସାଂସ୍କୃତିକ ସଂଧ୍ୟା ଉଦ୍ଘାଟନ ହେବା ସହ ସ୍ମରଣିକା ଉନ୍ମୋଚନ, ପୁରସ୍କାର ବିତରଣ ପରେ ପରେ ନାଟକ ମଞ୍ଚସ୍ଥହେବ । ସେହିପରି ମାର୍ଚ୍ଚ ୧୩ତାରିଖସଂଧ୍ୟାରେସଂଗୀତକାର୍ଯ୍ୟକ୍ରମପରେ ପରେ ଏହି ନାଟକପରିବେଷଣ ହେବବୋଲିବିଭାଗର ସଭାପତି ଶ୍ରୀଅମୀୟ କୁମାର ଦାସ ଓ ସାଧାରଣ ସଂପାଦକ ଶ୍ରୀ ନଳିନୀ କାନ୍ତ ଶର୍ମା ଜଣାଇଛନ୍ତି।